Hot Posts

6/recent/ticker-posts

ଉପଖଣ୍ଡ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଦୟନିୟ ସ୍ଥିତି।

ଜୟପୁର,୦୩।୦୯ ( ଏ. ଭେଙ୍କଟ ରାଓ ) :ଦୟନୀୟ ସ୍ଥିତିରେ ଜୟପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧିକାରୀ ଏବଂ କର୍ମଚାରି ଅଭାବ କୁ ନେଇ ସେବା ଦେବାରେ ବିଫଳ ହେଉଛି ବିଭାଗ ଏହା ସହ ଚିକିତ୍ସାଳୟ ପରିସରରେ ଥିବା ଲତାଦୁଦାରେ ସରୀସୃପ ମାନଙ୍କ ଚରାଭୁଇଂ ପାଲଟିଛି କିଛି ସ୍ଥାନକୁ ଜବରଦଖଲ କରିଛନ୍ତି ଜମିମାଫିଆ ମାନେ ଆଜି ସୁଦ୍ଧା ପ୍ରାଣୀ ଚିକିତ୍ସାଳୟ ପାଇଁ ପୂର୍ବରୁ ରୋହିଥିବା ୫ ଏକରରୁ ଉର୍ଦ୍ଧ ଜାଗା ମଧ୍ୟରୁ କେବଳ ୨.୨୭ ଏକର ଚିକିତ୍ସାଳୟ ନାମରେ କରିବାକୁ ପ୍ରଶାସନ ଯୋଜନା କରିଥିବା ଗୋଚୋରକୁ ଆସିଛି କିନ୍ତୁ ଆଜି ସୁଦ୍ଧା ଏହା ହୋଇନାହିଁ।
ଚିକିତ୍ସାଳୟ ପରିସରରେ ମୁଖ୍ୟ ରାସ୍ତା କୋଡରେ ଅପେଲଫେଡ ମାଧ୍ୟମରେ ସ୍ଥାନୀୟ କୁକୁଡ଼ା ଗୁଣ୍ଡୁରି ଚାଷୀ ମାନଙ୍କ ଠାରୁ କିଣି ସ୍ଥାନୀୟ ଚାଷୀଙ୍କୁ ପ୍ରତ୍ସାହିତ କରିବା ଯୋଜନା ସରକାର କରିଥିଲେ କିନ୍ତୁ ଅପେଲଫେଡ ଠାରୁ ଲିଜ ସୂତ୍ରରେ ନେଇଥିବା ବ୍ୟବସାୟୀ ବାହର ରାଜ୍ୟରୁ କୁକୁଡ଼ା ଆଣି ବିକ୍ରୀ କରୁଥିବା ଦେଖିବାକୁ ମିଳିଛି ଏହା ସହ ଯେତିକି ସ୍ଥାନ ଲିଜ ସୂତ୍ରରେ ଦିଆଯାଇଛି ତାହାଠାରୁ ଅଧିକା ସ୍ଥାନ ଅକ୍ତିଆର କରି ନିଜସ୍ଵ ବାସଗୃହ କରିଥିବା ଦୃଷ୍ଟିକୁ ଆସିଛି।ନିର୍ମାଣାଧିନ ୪ କୋଟି ୩ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ନୂତନ ଗୃହଟି ପ୍ରଥମ ଟେଣ୍ଡରରେ କାର୍ଯ୍ୟ ବିଫଳ ହୋଇଥିବା ବେଳେ ଦ୍ଵିତୀୟ ଟେଣ୍ଡରର ଅବଧି ସରିବାକୁ ଯାଉଥିଲେ ସୁଦ୍ଧା କାହାର ନିଘା ନାହିଁ କାର୍ଯ୍ୟାଳୟ ପରିସରର ଭଙ୍ଗା ପାଚେରି ଡେଇଂ ଦିନ ଏବଂ ରାତିରେ ଜମୁଛି ଅପରାଧୀଙ୍କ ମେଳି ପ୍ରାଣୀ ଚିକିତ୍ସାଳୟ ପରିସରରେ ଖାଲି ମଦ ବୋତଲ କୁଢ଼ କୁଢ଼ ପୋଡିରୋହିଥିବା ଦେଖାଯାଇଛି। ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ସହ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ କର୍ମୋଚାରୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବାସଗୃହ ଭାଙ୍ଗିରୁଜି ଯାଇଥିବା ବେଳେ ପରିସରରେ ଅର୍ଦ୍ଧନିର୍ମିତ ପରୀକ୍ଷାଗାର ସମ୍ପୂର୍ଣ କେବେ କରିବେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି। ପୁରୁଣା ଗୃହ ଗୁଡ଼ିକୁ ମରାମତି କରିବା ପ୍ରତି ସରକାରଙ୍କ ତିଳେ ମାତ୍ର ସ୍ପୃହା ନାହିଁ। ପ୍ରାଣୀଧନର ସେବା ଏବଂ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ତୁରନ୍ତ ଦୃଷ୍ଟି ଦେବା ପାଇଁ ଅନୁରୋଧ