ପଟ୍ଟାଙ୍ଗି ସହିଦ୍ ଲକ୍ଷ୍ମଣ ନାୟକ ଯୁବକ ସଂଘର ନିଲାମ ହେଲା ଗଣେଶ ପୁଜାର ଲଡ଼ୁ
ପଟ୍ଟାଙ୍ଗି, ୦୭ / ୦୯ ( ପଦଲାମ ଦୋରା ) : ଆଜିଦିନ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଗ୍ରାମର ସହିଦ୍ ଲକ୍ଷ୍ମଣ ନାୟକ ଯୁବକ ସଂଘର ଗଣେଶ ମୁର୍ଭିର ପୁଜା କମିଟିଙ୍କ ଦ୍ବାରା ତା ୦୩/୦୯/୨୦୨୫ ରିଖ ପଟ୍ଟାଙ୍ଗି ସହରର ମାନ୍ୟଗଣ୍ୟ । ଭଦ୍ରଦ ଦ୍ରବ୍ୟକ୍ତିଙ୍କୁ ନେଇ ସନ୍ଧ୍ୟାକାଳୀନ ଏକ ମହାସଭାର ଆୟୋଜନ ରଖାଯାଇଥିଲା । ପ୍ରଭୁ ଗଣେଶଙ୍କ ଅତି ପ୍ରିୟ ୭ କିଲୋଗ୍ରାମର ବୁନ୍ଦି ଲଡୁଟିକୁ ନିଲାମର ଆୟୋଜନ କରାଯାଇଥିଲା। ଏହି ନିଲାମରେ ପ୍ରାୟ ୩୦୦ ଜଣରୁ ଉଦ୍ଧ ବ୍ୟକ୍ତି ଉପସ୍ଥିତ ରହି ନିଲାମର ପ୍ରତିଦ୍ବନ୍ଦିତାରେ ଭାଗ ନେଇଥିଲେ। ଲଡ଼ୁଟିର ନିଲାମର ମୁଲ୍ୟ ମାତ୍ର ଟ ୧୧୧୧/ - ଙ୍କାରେ ରଖାଯାଇଥିବା ବେଳେ ପୁଜା କମିଟିର ନିର୍ଦ୍ଧାରିତ ହୋ ହୋଇଥିବା ସମୟ ସୀମା ମଧ୍ୟରେ ସର୍ବମୋଟ ୫୭ ଜଣ ଆଶାୟୀ ପ୍ରାର୍ଥୀ ନିଲାମ ଡାକିଥିଲେ। ଆରମ୍ଭରୁ ଶ୍ରୀ ଅର୍ଜୁନ ଖରା ଟ ୨୨୨୨/ - ଙ୍କା ମାଗିଥିବା ବେଳେ ତା ସବା ଶେଷରେ ४१९०४ ୧୦୫୫/ - ଙ୍କାରେ ନିଲାମ ଡାକି ବାଜି ମାରି ଶ୍ରୀ ନାମେଲିପୁରି କିଶୋର କୁମାର ଚୌଧୁରୀ ଜୟ ଘୋଷିତ ହୋଇ ପ୍ରଭୁଙ୍କର ବାହାନ ମୁଷା ହାତରୁ ନିଲାମ ଲଡ଼ୁଟି ଛଡାଇ ନେଇଥିଲେ ଏହି ଲଡ଼ୁଟିକୁ ପୁଜା କମିଟି ଏବଂ ଗ୍ରାମବାସୀ ମିଶି ମାନ ସମ୍ମାନର ସହ ବାଜା ବାଇଦ ନାଚ ଗୀତ କରି ମହା ଆଡମ୍ବର ସହ ଶ୍ରୀ ନାମେଲିପୁରି କିଶୋର କୁମାର ଚୌଧୁରୀଙ୍କ ଘରେ ଲଡ଼ୁଟି ପହଞ୍ଚାଇ ଦେଇଥିଲେ ।