Hot Posts

6/recent/ticker-posts

ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଅଣ୍ଡା ମାଡ଼ – ଲୋକଙ୍କ ବିରୋଧରେ ପୁଲିସ ସୁରକ୍ଷା

କଳାହାଣ୍ଡି, ୦୭ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅଧୀନ ଚପୁରିଆ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗତକାଲି ଦୃଶ୍ୟାନ୍ତର ଅବସ୍ଥା ସୃଷ୍ଟି ହୋଇଥିଲା। ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ଓ ବର୍ତ୍ତମାନ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ ନିର୍ବାଚନ ମଣ୍ଡଳୀ କୁ ଯିବା ପାଇଁ ପୁଲିସର ସହାୟତା ନେବାକୁ ପଡ଼ିଥିବା ଦେଖାଯିବା ସୂଚନା ମିଳିଛି । ସୂତ୍ରମାନଙ୍କ କହିବା ଅନୁସାରେ, ସେହିଦିନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। କିନ୍ତୁ, ବିଧାୟକଙ୍କ ଆଗମନକୁ କେନ୍ଦ୍ର କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିପୁଳ ପ୍ରତିକ୍ରିୟା ଦେଖାଗଲା। ଅଣ୍ଡା ମାଡ଼ ଓ ବିକ୍ଷୋଭ ହେବାର ଆଶଙ୍କାରେ ପୁଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଥିଲା।ତଥାପି, ବୈଠକ ଶେଷ କରି ବିଧାୟକ ଫେରିବା ସମୟରେ ସ୍ଥାନୀୟ ବାସିନ୍ଦାମାନେ ତୀବ୍ର ବିରୋଧ କରିଥିଲେ। ଅଣ୍ଡା ମାଡ଼ ସହ  ତୀବ୍ର ବିରୋଧ କରିଥିବାରୁ ସ୍ଥଳୀୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।ଗ୍ରାମବାସୀଙ୍କ ଅଭିଯୋଗ, “ବିଧାୟକ ଆମର ଭୋଟରେ ବିଜୟୀ ହୋଇଥିଲେ, ମନ୍ତ୍ରୀ ମଧ୍ୟ ହେଲେ, କିନ୍ତୁ ଅଞ୍ଚଳରେ ଉନ୍ନତିର କାମ କୌଣସି କରିନାହାନ୍ତି। ଆମର ସମସ୍ୟା ସମାଧାନ କରିବା ପ୍ରତି କେବେ ବି ସେ ଗୁରୁତ୍ୱ ଦେଇନାହାନ୍ତି।” ଏହି ପରିସ୍ଥିତିରେ ଅଞ୍ଚଳରେ ତୀବ୍ର ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ବିରୋଧରେ ପୁଲିସ ସୁରକ୍ଷା ସହିତ ମଧ୍ୟ ବିଧାୟକଙ୍କୁ ଯାତାୟାତ କରିବାକୁ ବାଧ୍ୟ ହେବା, ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।