Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲାରେ ନୂଆ ପ୍ରତିଭା ଭାବେ ଥବିର ପାନ OAS ପାଇ ସୁନାମ ଅର୍ଜନ କଲେ ।

ଜୁନାଗଡ଼, ୨୮ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାର ବାହାଲ ଗ୍ରାମ ପଞ୍ଚାୟତ ପଖନା ବେଡା ଗ୍ରାମର ଶ୍ରୀଯୁକ୍ତ ଟଙ୍କଧର ଓ ସ୍ୱର୍ଗୀୟା ଚଞ୍ଚଳ ପାନଙ୍କ ସାନ ପୁଅ ଥବିର ପାନ ତାଙ୍କର ପ୍ରଥମ ଥରରେ ୩୦୭ ନମ୍ବର ରେଙ୍କରେ OAS ପାଇଛନ୍ତି । ପ୍ରଥମେ ଥବିର ବିମଳା କନଭେଣ୍ଟରେ ପ୍ରାରମ୍ଭିକ ପାଠ ପଢ଼ା ସାରିବା ପରେ ବରଗଡ଼ ଓ ରେଭେନ୍ସାରେ bsc କରି ଉଚ୍ଚ ଶିକ୍ଷା ଲାଭ ପାଇଁ ଦିଲ୍ଲୀ ଯାଇଥିଲେ । ଏପରି ଭାବେ ତାଙ୍କ ଉଚ୍ଚ ଶିକ୍ଷା ଲାଭ କରିବା ପରେ opsc ରେ ପାଦ ଦେଲେ opsc ର ସିନିୟର OAS ଅଫିସର ହେବେ ଏବଂ ତତ୍ସହିତ ବାପା ଓ ବଡ ଭଉଣୀଙ୍କ ଉପଦେଶର ମାନ ରଖିବା ସହ ସରକାରଙ୍କ ପୋଷ୍ଟିଂଗ ଅନୁସାରେ ଜନତାଙ୍କ ସେବାରେ ନିୟୋଜିତ ହେବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଥବିର, opsc ରେ ଉତ୍ତୀର୍ଣ୍ଣ ହୋଇ ଗାଁକୁ ସମ୍ମାନ ଦେଇଥିବାରୁ ଗାଁ ପକ୍ଷରୁ ବାଜା ବାଣ ସହିତ ନାଚକୁଦରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଗାଁ ର ଏଭଳି ପ୍ରସଂସା ଦେଖି ତାଙ୍କ ବାପା ଓ ଭଉଣୀ ଆମ ଜୀବନ ସ୍ୱାର୍ଥକ ହେଲା ବୋଲି ଆନନ୍ଦ ଉପଭୋଗ କରିଥିଲେ ।
 
କଳାହାଣ୍ଡି ଜିଲ୍ଲା ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ