Hot Posts

6/recent/ticker-posts

ଚିକିତ୍ସା ଅବହେଳାରୁ ଯୁବତୀଙ୍କ ଗଲା ଜୀବନ, ରାତି ଅଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା।

ଭବାନୀପାଟଣା, ୨୧ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ଙ୍କୁ ଗୁରୁତ୍ବ ଦେଉନାହାନ୍ତି ଡାକ୍ତର , ଯାହାଫଳରେ ଚାଲିଗଲା ରୋଗୀ ଙ୍କ ଜୀବନ ।ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଯୁବତୀ ଙ୍କ ପରିବାର ।ଜୁନାଗଡ଼ ଥାନା ମକଡସୋଲା ଗ୍ରାମର ୨୨ ବର୍ଷୀୟ ଦଇମତି ଭୋଇଙ୍କୁ କିଛି ଦିନ ହେଲା ଜ୍ବର ହେଉଥିଲା । ଜ୍ବରର ବଢିବାରୁ ଗତ କାଲି ସନ୍ଧ୍ୟା ୭ ଟାରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ପରିବାର ତାଙ୍କୁ ଭର୍ତ୍ତି କରିଥିଲେ । ହସ୍ପିଟାଲ ରେ ଗୁରୁତର ରୋଗୀ ଙ୍କ ପାଖକୁ ଡାକ୍ତର ଠିକ୍ ସମୟରେ ନ ଆସିବାରୁ ରୋଗୀଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହେଇଥିବା ପରିବାର ଲୋକେ ଅଭିଯୋଗ ଆଣି ରାତ୍ରି ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରାତି ଅଧରେ ଉତ୍ତେଜନା ଦେଖା ଦେଇଥିଲା । ଟାଉନ ଥାନା ପୋଲିସ ପହଂଚି ପରିବାର ଲୋକଙ୍କୁ ବହୁ ସମୟ ଧରି ବୁଝାସୁଝା ପରେ ସ୍ଥିତି ସ୍ବାଭାବିକ ହୋଇଛି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟିଂ