Hot Posts

6/recent/ticker-posts

ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ନିଷ୍ଠା ତାଲିମ୍ ଶିବିର ଅନୁଷ୍ଠିତ

ଜୟପୁର, ୧୯ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ବିଭିନ୍ନ ପ୍ରକାରର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ନିଷ୍ଠା ତାଲିମ୍ ଶିବିର ଜୟପୁର ପୈାର ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ତା ୧୫.୦୯.୨୦୨୫ ଠାରୁ ଏହି ଶିବିର ଆରମ୍ଭ ହୋଇଥିଲା ଓ ଆଜି ଉକ୍ତ ଶିବିର ଉଦଯାପନ କରା ଯାଇଥିଲା ଏଥିରେ ଗୋଟିଏ ବିଭାଗରେ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ଗୋଟିଏ ବିଭାଗରେ ୪୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ୍ ନେଇଥିଲେ, ଏହି ୯୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଲିମ ପ୍ରଦାନ କରିବା ନିମନ୍ତେ ୮ ଜଣ ତାଲିମ୍ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ,
ଉକ୍ତ ଶିବିର ରେ ବିକଳାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ କେମିତି ଶିକ୍ଷା କ୍ଷେତ୍ରର ଅଗ୍ରଗତି କରାଇବା ସେ ନେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ଦିଆଯାଇଥିଲା, ଉଦଯାପନ କର୍ମଶାଳା ରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ବାରା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରମାଣ ପତ୍ର ଓ ନିଷ୍ଠା ତାଲିମ୍ ଉପରେ ଆଧାରିତ ପୁସ୍ତକ ପ୍ରଦାନ କରାଯାଇଥିଲା, ମୁଖ୍ୟ ଅତିଥି ଭାବେ ଶ୍ରୀ ଚନ୍ଦ୍ରକଳା ବଗର୍ତ୍ତି ସଂଯୋଜକ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଶ୍ରୀ ଶଶୀଭୂଷଣ ଦାଶ୍, ବରିଷ୍ଠ ସହାୟକ, ଶ୍ରୀ କେ ଗୋପାଳ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଜୟପୁର ଯୋଗଦାନ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମୀଶ୍ର, ଶ୍ରୀ ସର୍ବେଶ୍ଵର ପଟନାୟକ, ଦେବାଶିଷ ପାଳ, ଶ୍ରୀ ନିଳକଣ୍ଠ ମିଶ୍ର, ଶ୍ରୀମତୀ ସୁଭଶ୍ରୀ ପାତ୍ର, ଶଶ୍ମିତା ପାଢି, ମନୋରଞ୍ଜନ ପଲେଇ, ସୁନିଲ୍ ଦାଶ୍ ପ୍ରମୁଖ ଉପସ୍ଥିତ ଥିଲେ, ପରି ଶେଷରେ ଶ୍ରୀ ଚନ୍ଦ୍ରକଳା ବଗର୍ତ୍ତି ସଂଯୋଜକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଶ୍ରୀ ଅଶୋକ କୁମାର ସ୍ବାଇଁ ଓ ଶ୍ରୀ ତପନ ସୁଆର ମଞ୍ଚ ପରିଚାଳନା କରିଥିଲେ