ମରାମତି କରୁଥିଲେ ଦୋକାନ, ଭୂଷୁଡ଼ି ପଡ଼ିଲା ମାର୍କେଟ କମ୍ପ୍ଲେକ୍ସ
କୋରାପୁଟ, ୧୩ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା ) : କୋରାପୁଟ ସହର ..ଜିଲ୍ଲା ମୂଖ୍ୟ ଆରକ୍ଷୀ ଅଧ୍ୟ୍ୟକ୍ଷ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ବିଶ୍ୱାସରାୟ ମାର୍କେଟ କମ୍ପ୍ଲେକ୍ସ ପାଖକୁ ଲାଗିରହିଥିବା ଗୋଟିଏ ସ୍ଟଲ ପାତ୍ର ବେକେରି ତା ଉପରେ ଥିବା ଆଉ ଗୋଟିଏ ଦୋକାନ ଘର ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି, ସମୟ ପାଖାପାଖି ପୂର୍ବାହ୍ନ ୧୨ ଘ ୩୦ ମିନିଟ୍ ସମୟରେ ଏହି ଘଟଣାଟି ଘଟିଛି ସୁଚ଼ନା ମୁତାବକ ଦଶହରା ପୂଜା କୁ ଲକ୍ଷରଖି ଏହି ଦୋକାନଟି ମରାମତି କରୁଥିବା ସମୟ ରେ ଏହି ଅଘଟଣ ଘଟିଛି। ଅଘଟନ ଦେଖିଲେ ଜଣାପଡ଼ୁଛି । ବିନା ପିଲରରେ ଛାତ କରାଯାଇଥିଲା କାନ୍ଥ ବି ଦୁର୍ବଳ ଥିବା ଯୋଗୁଁ ଏହି ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି l ଦୁଇଟି ଛାତ ପଡିଯିବା ହେତୁ ୬ ରୁ ୭ ଜଣ ଛାତ ତଳେ ଚାପି ହୋଇ ରହିଥିବା ଜଣା ଅନୁମାନ କରାଯାଇଥିଲା,କିନ୍ତୁ ଛାତ ଭୁସୁଡ଼ିବା ଶବ୍ଦ ଶୁଣି ଦୋକାନ ଭିତରେ ଥିବା ବ୍ୟକ୍ତି ମାନେ ପ୍ରାଣ ବିକଳରେ ଘଟଣା ସ୍ଥଳରୁ ବହାରିଯାଇଥିବା ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନାରୁ ଜଣାପଡିଛି , କେବଳ ଦୋକାନ ମାଲିକ p k patra ଏହି ଦୁର୍ଘଟଣାର ଶିକାର ହୋଇ ମୃତୁ ବରଣ କରିଛନ୍ତି ,୫ ଗୋଟି jcp ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏଥିରେ ଓଡ୍ଡରାପ, ଫାଇର ଟିମ୍ ସାହାଯ୍ୟ ରେ କୋରାପୁଟ ପ୍ରଶାସନ ଦ୍ବାରା ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଯେଉଁ ଗୁରୁତର ମାନଙ୍କୁ ଉଦ୍ଧାର କରା ଯାଉଛି ସେମାନଙ୍କୁ କୋରାପୁଟ SLN ମେଡିକାଲ କୁ ପଠାଯାଇଛି , ସୂତ୍ରରୁ ଜଣାପଡିଛି ଯେ ଗୁରୁତର ମାନଙ୍କ ମଧ୍ୟରୁ ପି କେ ପାତ୍ର ଦୋକାନ ମାଲିକ ଙ୍କ ମୃତ୍ୟୁ ହୋଇଯାଇଛି । ଘଟଣା ସ୍ଥଳରେ କୋରାପୁଟ ବିଧାୟକ ରଘୁରାମ ମାଛ, ପୌର ଅଧ୍ୟକ୍ଷ ଶ୍ରୀ ଲଲାଟ ରଞନ ସେଠୀ ,ବରିଷ୍ଟ ବିଜେପି ନେତା ବିଜୟ ମିଶ୍ର ,୫ନ Ward ର କାଉସିଲର ପ୍ରମୂଖ ଉପସ୍ଥିତ ଥିଲେ .
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକାଙ୍କ ରିପୋର୍ଟ
Nabaduta news,