Hot Posts

6/recent/ticker-posts

ପାଇକମାଳକୁ ଏନଏସି ଦାବୀ ନେଇ ବିଜୁ ଜନତା ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ

ପାଇକମାଳ, ୧୩ / ୦୯ ( କୃଷ୍ଣଚନ୍ଦ୍ର ସାହୁ ) : ପାଇକମାଳକୁ ଏନଏସି ଦାବୀ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇ ଥିବା ବନ୍ଦ ଡାକରାରେ ପାଇକମାଳ ରେ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବିଗତ ବିଜେଡି ସରକାର ସମୟରେ ପାଇକମାଳ କୁ ଏନଏସି ଘୋଷଣା କରାଯାଇଥିଲା । ଚଳିତ ସରକାର ଏବେ ଯେଉଁ ଅଞ୍ଚଳକୁ ଏନଏସି ଘୋଷଣା କଲେ ସେଥିରେ ପାଇକମାଳର ନାମ ନଥିଲା । ତେଣୁ ଆଜି ବିଜେଡି ପକ୍ଷରୁ ସକାଳ ୬ଟା ରୁ୬ଟା ପଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରିଥିଲେ । ବନ୍ଦ ପାଳନ ନେଇ ମଙ୍ଗଳବାର ଡ଼ାକବାଜି ଯନ୍ତ୍ର ପ୍ରଚାର ପ୍ରସାର କରିଥିଲା । ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ପାଳନ ପାଇଁ ସକାଳେ ବିଜୁ ଜନତା ଦଳ କର୍ମୀ ମାନେ ପିକେଟିଙ୍ଗ କରୁଥିବା ବେଳେ ଭାରତୀୟ ଜନତା ଦଳ ପକ୍ଷରୁ ଦୋକାନ ବଜାର କିଛି ଦୋକାନଖୋଲା ଯିବା ନେଇ ତର୍କବିତର୍କ ହୋହାଲ୍ଲା ହୋଇଥିଲା ।
କିଛି ସମୟ ଧରି ଦୁହିଁ ଦଳଙ୍କ ମଧ୍ୟରେ କଥାକଟା ଯୁକ୍ତିତର୍କ ହୋଇଥିଲା । ବିଭିନ୍ନ ସରକାରୀ ଅନୁଷ୍ଠାନ ଖୋଲା ରହିଥିବା ଦେଖି ବିଜେଡି କର୍ମୀ ମାନେ ପିକେଟିଂଙ୍ଗ କରିବା ପରେ ବନ୍ଦ ରହିଥିବା ଦେଖା ଦେଇଥିଲା । ଏ ସବୁ ଦେଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଥିଲା । ବିଜେଡି କର୍ମୀମାନେ ପାଇକମାଳ ଛକରେ ଧାରଣାରେ ବସିଥିଲେ । ବିଜେଡି ନେତା ଟାଇଲ ଚନ୍ଧ୍ର ଭୋଇଙ୍କ ପରିଚାଳନା ସଭାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବ୍ଳକ ଉପାଧ୍ୟକ୍ଷ ଭାବନା ସିଂ, ବିଧାୟିକା ପ୍ରତିନିଧି ହୃଦାନନ୍ଦ ବାରିକ, ଗୌତମ ସିଂ, ବିଜେଡି ନେତା ବିଜୟ କୁମାର ସ୍ୱାଇଁ, ବନିତା ମହାନନ୍ଦ, ସସ୍ମିତା ବାରିକ,ଗିରୀଶ ଡନସନା, ରାଜୁ ଘିବେଳା,ଭୋଜରାଜ ସିଂ ବରିହା, ଆର୍ତ୍ତତ୍ରାଣ ସାହୁ, ବେଣୁଧର ଭୋଇ, ରୀତା ସୁନା, ନରସିଂହ ବନଛୋର ପ୍ରମୁଖ ନିଜ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ । ଧାରଣାରେ ପାଇକମାଳ ବ୍ଲକର ସରପଞ୍ଚ ସମିତି ସହ ଶତାଧିକ ବିଜେଡି କର୍ମୀ ମାନେ ବନ୍ଦରେ ସାମିଲ ଥିଲେ । ଉପଖଣ୍ଡ ପୋଲିସ ଅଧିକାରୀ ସହ ପଦ୍ମପୁର, ପାଇକମାଳ, ଝାରବନ୍ଧ, ଗାଇସିଲେଟ, ଜଗଦଲପୁର ଆଦି ଥାନାର ଅଧିକାରୀ ସମେତ ୪ପ୍ଲାଟୁନ ପୋଲିସ ଉପସ୍ଥିତ ରହି ପରିସ୍ଥିତର କଡ଼ା ନଜର ରଖା ଯାଇଥିଲା ।
 ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ