ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କ୍ରାଣ୍ଡିବାଲି ଠାରେ "ଏକ ପେଡ ମା କେ ନାମ" କାର୍ଯ୍ୟକ୍ରମ ଅନୁଷ୍ଠିତ।
କନ୍ଧମାଳ, ୧୮/୯ (ଅଚ୍ୟୁତ ଜାନୀ) : ବିଶ୍ୱର ଲୋକପ୍ରିୟ ନେତା ତଥା ଆମ ଭାରତର ଯସ୍ୱଶୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଉପଲକ୍ଷେ " ଏକ ପେଡ ମା କେ ନାମ ୨.୦ " ଅଭିଯାନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ପରିଚାଳିତ ହେଉଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜନ୍ମଦାତ୍ରୀ ମାଁ ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ କହଁର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ସମିତି ସଭ୍ୟା ଶ୍ରୀମତୀ ଚିଙ୍କି କହଁର, କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ କୁମାର ନାୟକ,ଯୁବ ସମାଜ ସେବୀ ବରୁଣ କୁମାର କହଁର, ପୂର୍ବତନ ମଣ୍ଡଳ ସଭାପତି ଗଣେଶ୍ୱର ସାହୁ ଯୋଗଦେଇ ଥିଲେ । ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଓ ଯୋଗଦେଇ ଥିବା ଅତିଥି ବୃନ୍ଦ ସମସ୍ତଙ୍କର ସହଯୋଗରେ ବୃକ୍ଷ ରୋପଣ କରିଥିଲେ ।