Hot Posts

6/recent/ticker-posts

ଗର୍ଜିଲେ ଅଙ୍ଗନବାଡି କର୍ମୀ, ସହରରେ ପ୍ରତିବାଦ ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବିପତ୍ର ପ୍ରଦାନ ଏବଂ ସମଗ୍ର ଭାରତର ଅଙ୍ଗନୱାଡି କର୍ମୀ ଏବଂ" ସହାୟିକାଙ୍କର ନ୍ୟାୟସଙ୍ଗତ ଦାବୀ l

କଳାହାଣ୍ଡି ୨୧ / ୦୮
( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ଜିଲ୍ଲାର ୧୩ ଟି ବ୍ଲକ ସମେତ ସମସ୍ତ ମ୍ୟୁନସିପାଲିଟି, ବିଜ୍ଞାପିତ ଅଂଚଳ ପରିଷଦ ର ହଜାର ହଜାର ଅଙ୍ଗନବାଡି କର୍ମୀ ବାଲାଜୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ପରେ କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମଞ୍ଜୁଲତା ମିଶ୍ରଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କରାଯାଇ ମାନନୀୟ ଶ୍ରୀଯୁକ୍ତ ପ୍ରଧାନମନ୍ତ୍ରୀ (କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜରିଆରେ) ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଂଘର ପ୍ରମୁଖ ଦାବୀ ସମୂହ ଯଥା : ଅଖିଳ ଭାରତୀୟ ଅଙ୍ଗନୱାଡି କର୍ମଚାରୀ ମହାସଂଘ ତରଫରୁ l ସମଗ୍ର ଭାରତରେ I.CD.S. ଯୋଜନା ୫୦ ବର୍ଷ କରିବାକୁ ଯାଉଛି। ସେମାନଙ୍କର ଅବିରତ ପ୍ରୟାସ ଫଳରେ ପୋଲିଓ ନିରାକରଣ, ମାତୃ ଓ ଶିଶୁ ମୃତ୍ୟୁହାରରେ ବ୍ୟାପକ ହ୍ରାସ ସମ୍ଭବ ହୋଇଛି । କରୋନା ପରି ମହାମାରୀ ସମୟରେ ମଧ୍ୟ ସେମାନେ ଅମୂଲ୍ୟ ଅବଦାନ ରଖି, ଦେଶକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିଥିଲେ । ନିର୍ବାଚନୀ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରି ମତଦାନର ପ୍ରତିଶତ ବୃଦ୍ଧି କରିବାରେ ମଧ୍ୟ ସେମାନେ ଅଗ୍ରଗାମୀ ହୋଇଛନ୍ତି | କିନ୍ତୁ, ।.C.D.S. କେବଳ ଏକ "ଯୋଜନା" ଭାବରେ ସୀମିତ ରହିଛି, ସ୍ଥାୟୀ ସ୍ଥିତି ପାଇପାରି ନାହିଁ । ୨୦୨୫-୨୬ ବର୍ଷର ବଜେଟ୍ ରେ ମଧ୍ୟ ସେମାନଙ୍କ ପ୍ରତି କୌଣସି ବିଶେଷ ବ୍ୟବସ୍ଥା ରହିନାହିଁ । ବିଭିନ୍ନ ପ୍ରମୂଖ ଦାବି ଗୁଡିକ ହେଲା : ICDS ଯୋଜନାର ନାମ ଉଚ୍ଛେଦ କରି, ସମସ୍ତ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯିବା ଉଚିତ । ସରକାରୀକରଣ ହେବା ପର୍ଯ୍ୟନ୍ତ, କର୍ମୀଙ୍କ ପାଇଁ ସର୍ବନିମ୍ନ 18,000/- ଓ ସହାୟିକାଙ୍କ ପାଇଁ *9,000/- ଦରମା ଲାଗୁ କରାଯିବା ଆବଶ୍ୟକ । ଅବସର ପରେ, ଅଙ୍ଗନୱାଡ଼ି କର୍ମୀଙ୍କୁ 10,00,000 ଏବଂ ସହାୟିକାଙ୍କୁ 15,00,000 ଏକକାଳୀନ ସହାୟତା ଦିଆଯିବା ଉଚିତ | ନୂତନ ଶିକ୍ଷା ନୀତି (ପୁଷ୍ଟି ଓ ଶିକ୍ଷା) ଅଧୀନରେ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ଅନ୍ତର୍ଭୁକ୍ତ କରି, ଯୋଗ୍ୟତା ଆଧାରରେ ଶିକ୍ଷକର ମାନ୍ୟତା ଏବଂ ୩-୬ ବର୍ଷ ବୟସର ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସନ୍ତି । ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ, ଅତ୍ୟଧିକ ଗରମ ସମୟରେ ସ୍କୁଲ ପରି ଗ୍ରୀଷ୍ମଛୁଟି ତୁରନ୍ତ ମଞ୍ଜୁର କରାଯିବା ଆବଶ୍ୟକ l ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ବୟସ ସୀମା କଟକଣା ଉଚ୍ଛେଦ କରିବା, ୫୦% ସିଧାସଳଖ ପଦୋନ୍ନତି, PF, Gratuity, ବରିଷ୍ଠତା ଲିଲିକ ବୋନସ୍, ଆଶ୍ରିତମାନଙ୍କ ପାଇଁ ଚିକିତ୍ସା ସୁବିଧା । ଓ ଉଚ୍ଚ ମାନର ମୋବାଇଲ ପ୍ରଦାନ କରିବା । ପୋଷଣ ଟ୍ରାକରରେ FRS କରିବା ସମୟରେ ବିଭିନ୍ନ ସମସ୍ୟା ଦେଖାଯାଇଅଛି l Network Slow ହେବାରୁ ହିତାକାରୀମାନେ ବାରମ୍ଵାର କେନ୍ଦ୍ରକୁ ଆସି ବିରକ୍ତି ପ୍ରକାଶ କରୁଛନ୍ତି। ଏଣୁ ଏହାର ସମାଧାନ ନିମନ୍ତେ ପ୍ରତ୍ୟେକ କର୍ମୀଙ୍କୁ ଉନ୍ନତ ମାନର ମୋବାଇଲ ଦିଆଯାଉ l ଯେଉଁ କାର୍ଯ୍ୟ ସବୁ ମୋବାଇଲ ଦ୍ଵାରା ଅନ୍ ଲାଇନ୍ ରେ କରାଯାଉଅଛି ସେ ସମସ୍ତ କାର୍ଯ୍ୟ ଅଫ୍ ଲାଇନ୍ ରେ କରିବା ବନ୍ଦ କରାଯାଉ l ସାରା ଦେଶରେ ସମସ୍ତ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାଙ୍କ ପାଇଁ ଏକ ସମାନ ଡ୍ରେସ୍ କୋଡ୍ ଲାଗୁ କରାଯାଉ ।

ଏବଂ ଦେବାଭଳି ଦାବୀ ସମୂହ ସରକାର ଙ୍କ ନିକଟରେ ରଖାଯାଇଥିବା ବିଷୟରେ କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମଞ୍ଜୁଲତା ମିଶ୍ର ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରେମଲତା ସାମନ୍ତରାୟ ପ୍ରକାଶ କରିଛନ୍ତି। ପୁନଶ୍ଚ ସରକାର ଅଲ ଓଡିଶା ଅଙ୍ଗନବାଡି ୱାର୍କର ଲେଡ଼ିଜ ଆସୋସିଏସନ ର ଦାବୀ ପୂରଣ ନ କରିବାଯାଏ, ଏଭଳି ଗଣଧାରଣା, ବିକ୍ଷୋଭ ମାନ ଜାରି ରହିବ ବୋଲି ଗଣମାଧ୍ୟମ ନିକଟରେ ଜିଲ୍ଲା ସଭାନେତ୍ରୀ ମଞ୍ଜୁଲତା ମିଶ୍ର ଚେତାବନୀ ଦେଇଛନ୍ତି।
 କଳାହାଣ୍ଡି ଜିଲ୍ଲାରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ