ପରିଆ ଗ୍ରାମରୁ ଯୁବତୀ ନିଖୋଜ – ସ୍ୱାମୀଙ୍କ ତରଫରୁ ଡାବୁଗାଁ ଥାନାରେ ଅଭିଯୋଗ
ଡାବୁଗାଁ, ୨୧ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡା ଗ୍ରାମପଞ୍ଚାୟତର ଅଧିନ ପରିଆ ଗ୍ରାମ ର ଡମ୍ବରୁ କଳାର ଙ୍କ ସ୍ତ୍ରୀ ଗତ କିଛି ଦିନ ତଳେ ତାଙ୍କ ଶଶୁର ଘର ରୁ କେଉଁ ଆଡ଼େ ଛାଲି ଯାଇଥିବାରୁ ଡାବୁଗାଁ ଥାନାରେ ତଦନ୍ତ ପାଇଁ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ : ଗତ ୬ ବର୍ଷ ହେବ ଉମରକୋଟ ଥାନା ଅନ୍ତର୍ଗତ କୃର୍ଷି ଗ୍ରାମ ର ଧନପତି କଳାରଙ୍କ ଝିଅ ଦିପା କଳାର (୨୩)ଙ୍କୁ ବୈଦିକ ରୀତି ନୀତି ରେ ବିବାହ ପରିଆ ଗ୍ରାମର ଡମ୍ବରୁ କଳାର(୨୫) ପିତା ବଳଦେବ କଳାର ଙ୍କ ଘରକୁ ବିବାହ କରିଥିଲେ। ଗତ କାର୍ତ୍ତିକ ମାସରେ ଦିପା ତାଙ୍କ ବାପା ମା କୃଷି ଗ୍ରାମକୁ ଯାଇ ନ ଆସିବାରୁ । ଡମ୍ବରୁ ନିଜେ ଓ ପରେ ପରିବାର ଲୋକେ ୩ ଥର ଡାକିବାକୁ ଯାଇଥିଲେ। କିନ୍ତୁ ଦିପା ତାଙ୍କ ସ୍ଵାମୀ ଘରକୁ ଆସିନଥିଲା । ଡମ୍ବରୁ ଶୁଣିବାକୁ ପାଇଲା ଯେ ଗତ ହୋଲି ପୂର୍ଣ୍ଣିମା ଠାରୁ କେଉଁ ଆଡେ ଚାଲିଯାଇଥିବା ଖବର ପାଇ ନିଜ ସମ୍ପକିୟ ବନ୍ଧୁ ବାନ୍ଧିବ ଘରକୁ ଯାଇ ଖୋଜା ଖୋଜି କରିଥିଲେ। ଦିପା କୁ ନ ପାଇବାରୁ ଶେଷରେ ଡାବୁଗାଁ ଥାନାରେ ଉକ୍ତ ଘଟଣାର ତଦନ୍ତ କରି ନ୍ୟାୟ ଦେବେ ବୋଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତି କରି ଡାବୁଗାଁ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।