ପୁଅଙ୍କ ହାତରେ ବୃଦ୍ଧ ବାପାଙ୍କ ହତ୍ୟା, ଗାତରୁ ମୃତଦେହ ଉଦ୍ଧାର
ଦେବଗଡ଼, ୨୧ / ୦୮ : ମାନବତାକୁ ଲଜ୍ଜାଇଦେଇଥିବା ଏକ ନିର୍ମମ ହତ୍ୟାକାଣ୍ଡରେ, ଦେବଗଡ଼ ଜିଲ୍ଲାର କୁଣ୍ଢେଇଗୋଲା ଥାନା ସୀମାନ୍ତର ଗୋହଡ଼ା ଜାମୁନାଳୀ ଗ୍ରାମରେ ଜଣେ ପୁଅ ନିଜ ବୃଦ୍ଧ ବାପାଙ୍କର ପ୍ରାଣହରଣ କରିଦେଇଛି। ଗୁରୁବାର, ଘର ପଛ ପଟର ଏକ ଗାତରୁ ବୃଦ୍ଧଙ୍କ ପଚାଗଲା ଅବସ୍ଥାରେ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଗାଁ ମଧ୍ୟରେ ସନ୍ତାପ ପ୍ରକାଶ ପାଇଛି। ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଏହି ହତ୍ୟା ପ୍ରାୟ ଦୁଇ ଦିନ ପୂର୍ବରୁ ଘଟିଥିବା ଅନୁମାନ କରିଛି। ହତ୍ୟାର ପଛରେ ପରିବାରିକ ବିରୋଧ କିମ୍ବା ଅନ୍ୟ କୌଣସି କାରଣ ଥାଇପାରେ ବୋଲି ଅନୁମାନ, କିନ୍ତୁ ସଠିକ୍ କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ହତ୍ୟାକାରୀ ପୁଅଙ୍କୁ ଅଟକରେ ରଖି ଘଟଣା ର ତଦନ୍ତ କରୁଛି।ଏହି ଅଭାବନୀୟ ଘଟଣା, ଗାଁ ସମାଜରେ ମାନବୀୟ ସମ୍ପର୍କର ଭାଙ୍ଗୁଥିବା ରୂପକୁ ପ୍ରକାଶ କରିବା ସହ, ପିତୃସନ୍ତାନୀୟ ସମ୍ପର୍କର ପବିତ୍ରତାକୁ ପ୍ରଶ୍ନରେ ଚି଼ହ୍ନ ରେ ରଖିଛି ।