Hot Posts

6/recent/ticker-posts

ଖଜୁରୀପଡାରେ ୭୯ତମ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ।

ଖଜୁରୀପଡା, ୧୫/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦରମହକୁମା ସରକାରୀ ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମରେ ୭୯ ତମ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୂଚନା ପ୍ରକାରେ ଖଜୁରୀପଡ଼ା ସଦରମହକୁମା ମିନି ଷ୍ଟାଡିୟମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହୀନି ପତିଙ୍କ ତତ୍ତ୍ୱାବଧାନରେ ୭୯ ତମ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ମମତା ମଲିକ, ସରପଞ୍ଚ ଶ୍ରୀମତୀ ମନୋରଞ୍ଜନୀ ଯାନୀ,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ ଯୋଗଦେଇ ଥିଲେ । ଏଥିରେ ଖଜୁରୀପଡା ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ,ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନିମାଇଁ ଚରଣ ବିଶି, ଅତିରିକ୍ତ ତହସିଲଦାର ବ୍ରହ୍ମାନନ୍ଦ ଥାଟୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜାତୀୟ ପତାକା ଧରି ସ୍ୱାଧିନତାର ସ୍ଲୋଗାନ ଦେଇ ଶୋଭାଯାତ୍ରା ମାଧ୍ୟମରେ ଖଜୁରୀପଡ଼ା ବଜାର ପରିକ୍ରମା କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ନେଇ ପେରେଡ,ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ହସ୍ତରେ ପୁରସ୍କାର ପ୍ରଦାନ କରାଯାଇଥିଲା ।