Hot Posts

6/recent/ticker-posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ ପକ୍ଷରୁ ଖଜୁରୀପଡା ଇଚ୍ଚ ବିଦ୍ୟାଳୟଠାରେ ସଚେତନତା କାର୍ଯ୍ୟକ୍ରମ ।

ଖଜୁରୀପଡା, ୧୫/୦୮ ( ଅଚ୍ୟୁତ ଯାନୀ ଙ୍କ ରିପୋର୍ଟ)କନ୍ଧମାଳ ଜିଲ୍ଲାର ଖଜୁରୀପଡା ସଦରମହକୁମା ସ୍ଥିତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖଜୁରୀପଡ଼ା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ,ଫୁଲବାଣୀ ତରଫରୁ ଗୁରୁବାର ଦିନ ଛାତ୍ରଛାତ୍ରୀ ଆଇନ ସେବା ଓ ଅଧାରୁ ପାଠ ଛାଡିଥିବା ବିଷୟକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କନ୍ଧମାଳ, ଫୁଲବାଣୀ ସଚିବ ଶ୍ରୀଯୁକ୍ତ ରମାକାକ୍ତ ମହାନ୍ତି, ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ଯୁକ୍ତ ବିନୋଦ ବିହାରୀ ଦିଗାଲ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ସାହୁ, ପ୍ରାଥମିକ ଶିକ୍ଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ତ୍ରିପାଠୀ, ଶିକ୍ଷକ ଜତୀନ୍ଦ୍ର ନାଥ ମାଝୀ, ଶିକ୍ଷୟତ୍ରୀ ସୁଶ୍ରୀ ସ୍ବର୍ଣ୍ଣପ୍ରଭା ପ୍ରଧାନ, ଅଶୋକ କୁମାର ପ୍ରଧାନ, ପିଏ ଆର୍ ଏ ସ୍ବେଛାସେବୀ,ସିଆର ସିସି ବନ୍ଧୁମାନେ ଓ କ୍ଳବର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ସଚିବ ଶ୍ରୀଯୁକ୍ତ ମହାନ୍ତି,ଡ୍ରପ ଆଉଟ୍ କାରଣ ଓ ସମାଧାନ କିପରି ଆଇନ ସହାୟତା କରିଥାଏ ତାକୁ ଆଲୋକପାତ କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦିଗାଲ ଛାତ୍ର ଛାତ୍ରୀ କିପରି ଆଇନର ସହାୟତା ନେଇ ପାରିବେ ତାକୁ ବୁଝାଇଥିଲେ ଶିକ୍ଷକ ଶ୍ରୀଯୁକ୍ତ ଜତୀନ୍ଦ୍ର ନାଥ ମାଝୀ ଆର୍ ଟି ଇ ଆକ୍ଟ ୨୦୦୯ ସମ୍ବନ୍ଧ ରେ ନିଜର ମତ ରଖିଥିଲେ ସଭାପତି ଶ୍ରୀଯୁକ୍ତ ସାହୁ ମଧ୍ୟ ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଚରିତ୍ର ଗଠନ ଆଇନ ର ସାହାଯ୍ୟ ନେବାକୁ ପରାମର୍ଶ ଦେଇଥିଲେ । ଶେଷରେ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l