Hot Posts

6/recent/ticker-posts

ଚାଟିଗୁଡ଼ା ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ

ଝରିଗାଁ, ୧୫ / ୦୮ (ପର୍ଶୁରାମ ନାୟକ) : ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଚାଟିଗୁଡା ଗ୍ରାମ ପଞ୍ଚାୟତରେ “ ସ୍ବତନ୍ତ୍ର ଗ୍ରାମସଭା ” ଅନୁଷ୍ଠିତ ହୋଇଯାଇଛି। ସ୍ବତନ୍ତ୍ର ଗ୍ରାମସଭାକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୋପବାଳୀ ପୂଜାରୀ ଏହାର ଅଧ୍ୟକ୍ଷତା କରିଥିଲେ। ସ୍ବତନ୍ତ୍ର ଗ୍ରାମସଭାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ, ଗାଁର ବିକାଶ ଏବଂ ପଞ୍ଚାୟତ ମୂଳକରେ କାର୍ଯ୍ୟ କିପରି ତ୍ବରାନ୍ବିତ ହେବା ସହିତ ଆଗକୁ କେମିତି ଉନ୍ନତି ହେବ ସେ ସଂପର୍କରେ ଆଲୋକପାତ କଲେ। ପବିତ୍ର ସ୍ୱାଧୀନତା ଦିବସରେ ଚାଟିଗୁଡ଼ା ପଞ୍ଚାୟତର ବୈଠକ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ଗ୍ରାମସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସ୍ବତନ୍ତ୍ର ଗ୍ରାମସଭାର ଆୟୋଜକ ତଥା ସଂଯୋଜନା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୁରାମ ଭତରା ତାଙ୍କ ବକ୍ତବ୍ୟରେ, ସ୍ବସ୍ଥ ଗାଁ, ସ୍ବସ୍ଥ ପଞ୍ଚାୟତ, ସ୍ବସ୍ଥ ସମାଜ ସହ ସ୍ବସ୍ଥ ପରିବେଶ ଗଠନରେ କିପରି ଆମରି ମାନଙ୍କ ପାଇଁ ସହାୟକ ହେବ ବୋଲି ସେ ସମ୍ବନ୍ଧରେ ମତପୋଷଣ କରିଥିଲେ। ଅନ୍ୟତମ ବକ୍ତା ଭାବରେ ଚାଟିଗୁଡ଼ା କ୍ଳଷ୍ଟରର ସିଆରସିସି ଶ୍ରୀ ଅଭିନାଶ ମଣ୍ଡଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କୋମଳମତି ଶିଶୁମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ସହିତ ଅଧାରୁ ପାଠ ଛାଡୁଥିବା ବାଳକ ବାଳିକାଙ୍କର ଶିକ୍ଷାରେ କେମିତି ସୁଧାର ଆସିବ ଓ ସରକାରଙ୍କ ତରଫରୁ ବିଭିନ୍ନ ଆନୁସଙ୍ଗିକ ସୁବିଧା ସହ ପରିବର୍ତ୍ତନ ସଂପର୍କରେ ଅବଗତ କଲେ। ଏହି ସଭାରେ ପ୍ରଥମେ, ପଞ୍ଚାୟତର ବିଭିନ୍ନ ବିଭାଗର‌ ସଦୁପଯୋଗ ଏବଂ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁଛି କି ନାହିଁ ଏବଂ ତାହା ଲୋକମାନଙ୍କର ହିତରେ ଲାଗିବା ସହ ସେ ବିଷୟରେ କେମିତି ଅବଗତ ହେବେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଯେଉଁମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି ତାହା ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ କିମ୍ବା ଶ୍ରମ କାର୍ଯ୍ୟାଳୟ ଙ୍କ ସହିତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଶେଷ କରି ନବରଙ୍ଗପୁର ହେଉଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବରେ ପରିଚିତ, ଏହି ଅଞ୍ଚଳରେ କମ୍ ବୟସର ପୁଅ ଝିଅର ବିବାହକୁ ରୋକିବା ପାଇଁ “ବାଲ୍ୟ ବିବାହ ନିଷେଧ” ସଂପର୍କ ରେ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ସଚେତନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ସାଧାରଣ ଲୋକଙ୍କର ସ୍ଵାସ୍ଥ୍ୟଗତ ସମସ୍ୟାରେ ଅବହେଳା ନ ହେବା ସମସ୍ତଙ୍କୁ ଅନୁରୋଧ କରିବା ସହ ସ୍ବାସ୍ଥ୍ୟ ସଂପର୍କରେ ଅବଗତ କରିଥିଲେ। ସମ୍ମନିତ ଶିଶୁ ବିକାଶ ତରଫରୁ ସମସ୍ତ ମାଁ ମାନେ କେମିତି ପୋଶନ ଯୁକ୍ତ ଖାଦ୍ୟ ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ଦିଗରେ ସଚେତନତା କରିବା ପାଇଁ କହିଥିଲେ। ସ୍ଥାନୀୟ ନାଏବ ସରପଞ୍ଚ ଶ୍ରୀ ଗୋବର୍ଦ୍ଧନ ସମରଥ ଏବଂ ଏଡିଇଓ ଶ୍ରୀ କୃପାସିନ୍ଧୁ ନାୟକ, ଯୋଗାଣ ସହାୟକ ଶ୍ରୀ ମଦନ ଭତ୍ରା, ପଞ୍ଚାୟତ ପିଓନ ଜୟଦାସ ପନକା, ସ୍ବାସ୍ଥ୍ୟ କର୍ମୀ ସିତା ବେହେରା, ଗ୍ରାହକ ସେବା କେନ୍ଦ୍ର ଚାଟିଗୁଡ଼ା ଅତିରିକ୍ତ କିଓସ୍କ ଅଧିକାରୀ ପର୍ଶୁରାମ ନାୟକ, ଅଙ୍ଗନବାଡି କର୍ମୀ ତିଳୋତ୍ତମା ପନକା, ଆଶ୍ରମ ବିଦ୍ୟାଳୟ ଜାମ୍ବଗୁଡ଼ାର ପ୍ରଧାନ ଶିକ୍ଷକ ବିଶ୍ବଜିତ ମହାରଣା,ବିଜାପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା ଭତ୍ରାଙ୍କ ସମେତ ସମସ୍ତ ଗ୍ରାମର ୱାର୍ଡ ମେମ୍ବର, ପଞ୍ଚାୟତ ସ୍ତରୀୟ କର୍ମଚାରୀ, ସମସ୍ତ ଆଶାକର୍ମୀ, ସମସ୍ତ ସିଆରପି, ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି, ବୁଦ୍ଧିଜୀବି ସହ ଜନସାଧାରଣ ବୃନ୍ଦ ଉପସ୍ଥିତ ଥିଲେ l