କର୍ଲାମୁଣ୍ଡା ରେ ୟୁରିଆ ସାର ଅଭାବ, ଚାଷୀ ଚିନ୍ତିତ
କର୍ଲାମୁଣ୍ଡା, ୧୭/୦୮ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଂଚଳରେ ୟୁରିଆ ସାର ର ଘୋର ଅଭାବ ଦେଖିବାକୁ ମିଳୁଛି I ଆବଶ୍ୟକ ସମୟରେ ଚାଷୀ ସାର ନ ପାଇ ଏ ଡିଲର ରୁ ସେ ଡିଲର ପାଖକୁ ଧାଉଁ ଥିବା ଦେଖାଯାଏ I ଆଉ ଯେଉଁଠି ମିଳିଲା ସେଠାରୁ ସରକାରୀ ଧାର୍ଯ୍ୟ ଠାରୁ ୨ରୁ୩ ଗୁଣା ଦରରେ ସାର କିଣି ଚାଷୀ ଶୋଷଣର ଶିକାର ହେଉଥିବା କୁହାଯାଉଛି I କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା, ତେରେସିଙ୍ଗା, ରିଷିଡ଼ା, ଗଜବାହାଲ, ପୌରକେଲା, ରାଜପୁର ପଞ୍ଚାୟତରେ ସାର ର ଅଭାବ ଯୋଗୁଁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି I ଏଣୁ ଏଥି ପ୍ରତି ଦୃଷ୍ଟିଦେବାକୁ ଚାଷୀ ମହଲରେ ଦାବି ହେଉଛି I