Hot Posts

6/recent/ticker-posts

ସ୍ୱାମୀ ଓ ଶାଶୁଙ୍କ ନିର୍ଯ୍ୟାତନା ସହି ନ ପାରି ଜୀବନ ହାରିଲେ ମହିଳା କନେଷ୍ଟେବଳ

ନୂଆପଡା ୧୮/୦୮ (ସୁରେଶ ମହାନନ୍ଦ) : ଦୁଖଦଃ ଘଟଣା ନୂଆପଡା ରେ ଜଣେ ମହିଳା କନେଷ୍ଟେବଳ ନିଜ ପରିବାରିକ କଳହ ଓ ନିର୍ଯ୍ୟାତନାରୁ କ୍ଳାନ୍ତ ହୋଇ ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାମ ରୁକ୍ମଣୀ ନାଗ, ଯିଏ ଜଣେ କର୍ମରତ ମହିଳା କନେଷ୍ଟେବଳ ଥିଲେ। ସୂଚନା ଅନୁସାରେ, ବିବାହ ପରେ ସେ ସ୍ୱାମୀ ଓ ଶାଶୁଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିଲେ। ବର୍ଷଗୁଡ଼ିକ ଧରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହିବା ପରେ, ଶେଷରେ ସେ ଅତ୍ୟନ୍ତ କ୍ଳାନ୍ତ ହୋଇ ନିଜ ଜୀବନକୁ ସମାପ୍ତ କରିଦେଇଥିବା ପୋଲିସ ତଦନ୍ତରେ ପ୍ରଥମିକ ସୂଚନା ମିଳିଛି।ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କବଜା କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଏହି ଘଟଣା ସମ୍ପର୍କରେ ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।ପୋଲିସ ପକ୍ଷରୁ କୁହାଯାଇଛି ଯେ, ମୃତକଙ୍କ ପରିବାରଙ୍କ ଲେଖିତ ଅଭିଯୋଗ ଆଧାରରେ କାନୁନିକ କାର୍ଯ୍ୟକଳାପ ଗ୍ରହଣ କରାଯିବ।ଏହି ଦୁର୍ଭାଗ୍ୟଜନକ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ବ୍ୟାପିଛି।
ଜିଲ୍ଲା ପ୍ରତିନିଧି ସୁରେଶ ମହାନନ୍ଦ ଙ୍କ ରିପୋର୍ଟିଂ