Hot Posts

6/recent/ticker-posts

କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳିତ।

ଫୁଲବାଣୀ ୧୫/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲାର ସଦର ମହକୁମା ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ପକ୍ଷରୁ ଆଜି ଫୁଲବାଣୀ କାର୍ଯ୍ୟାଳୟ ଠାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବଟି କୁଇ ସମାଜ ସେବା ସମିତି ଫୁଲବାଣୀ ସାଧାରଣ ସମ୍ପାଦକ ଶ୍ରୀ ଅବନୀ କୁମାର କହଁରଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ବେଳେ ଏଥିରେ କୁଇ ସମାଜ ସେବା ସମିତି କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ କହଁର,ନାରୀ ସଭାନେତ୍ରୀ ସୌଦାମିନୀ କହଁର, ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, ଆଦିବାସୀ କର୍ମଚାରୀ ସଂଘ ଗଙ୍ଗାଧର କହଁର, ଆଦିବାସୀ ମହାସଂଘ ଓଡ଼ିଶାର ମନୋଜ ପ୍ରଧାନ, ଅବସରପ୍ରାପ୍ତ ପ୍ରଶାସନିକ କୁମୁଦ ଚନ୍ଦ୍ର ମଲିକ ସମାଜ ସେବୀ ସୁନୀତି କହଁର,ମିଡିଆ ସେଲ ସମ୍ଭୁପାଣି କହଁର, ମଞ୍ଜୁଲତା କହଁର ସମେତ ବୁଦ୍ଧିଜୀବି ମାନେ ଏବଂ ଯୁବକ ଯୁବତୀ ପ୍ରମୁଖ ଉପସ୍ଥିତ ଥିଲେ ।