Hot Posts

6/recent/ticker-posts

କୁଇ ସମାଜ ଯୁବ ପରିଷଦ ଲାଇନ୍ ପଡା ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳିତ ।

କନ୍ଧମାଳ, ୧୫/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ଲାଇନ୍ ପଡା କୁଇ ସମାଜ ଯୁବ ପରିଷଦ ପକ୍ଷରୁ ଆଜି ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଇ ସମାଜ ସେବା ସମିତି ଲାଇନ୍ ପଡା ଶାଖା ସଭାପତି ଶ୍ରୀ ନବକିଶୋର କହଁର ପତାକା ଉତ୍ତୋଳନ କରିଥିଲେ । ସୂଚନା ପ୍ରକାରେ କୁଇ ସମାଜ ଯୁବ ପରିଷଦ ଲାଇନ୍ ପଡା ର କାର୍ଯ୍ୟାଳୟ ପାଇଁ ଚିହ୍ନଟ କରାଯାଇଥିବା ସ୍ଥାନରେ ଯୁବ ପରିଷଦ ତରଫରୁ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଏଥିରେ ଲାଇନ୍ ପଡା ଯୁବ ପରିଷଦ ସଭାପତି ରାଜେନ୍ଦ୍ର ପ୍ରଧାନ, ସମ୍ପାଦକ ଶ୍ରବଣ କହଁର, ମୁଖ୍ୟ ଉପଦେଷ୍ଟା ଅଗସ୍ତି କୁମାର ମଲିକ,କେଶବ ମଲିକ ସମେତ ସମସ୍ତ କାର୍ଯ୍ୟ କର୍ତ୍ତା ଓ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।