Hot Posts

6/recent/ticker-posts

କୋଦଭଟ୍ଟା ଗାଁର ଦୟନୀୟ ରାସ୍ତା ସହ ପାନୀୟ ଜଳ ସମସ୍ୟା

ଝରିଗାଁ, ୦୧ / ୦ ୮ (ନକୁଳ ଭତ୍ରା) :  - କୋଦଭଟ୍ଟା ନା କାଦୁଅ ଭଟ୍ଟା ଗାଁରେ କାଦୁଅ କରୁଛି ନାହିଁ ନଥିବା ସମସ୍ୟା ଗାଁରେ ଯୁଆଡେ ଦେଖିଲେ ସିଆଡେ କାଦୁଅ ପଚପଚା ଏମୁଣ୍ଡରୁ ସେ ମୁଣ୍ଡ କାଲି କାଦୁଅ ପାଣିରେ ଭର୍ତ୍ତି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଭିକ୍ଷା ପଞ୍ଚାୟତ କୋଦଭଟ୍ଟା ଗାଁରେ ଯାତାୟାତରେ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି। ଗ୍ରାମବାସୀ ଏବଂ ଅଞ୍ଚଳବାସୀ ଯିବାଆସିବା କରୁଛନ୍ତି ଅଞ୍ଚଳବାସୀ ଏହି ରାସ୍ତା ଦେଇ ସ୍କୁଲ କଲେଜ ମେଡିକାଲ ହାଟ ବଜାର ଏହି ରାସ୍ତା ଦେଇ ଯିବାକୁ ପଡିଥାଏ। କୈଣସି ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ହେଲେ ମେଡିକାଲ ଗାଡ଼ି ଏହି ରାସ୍ତା ଦେଇ ଆସିବା ଅସମ୍ଭବ। ସୂଚନାଯୋଗ୍ୟ ଗାଁରେ ୩୦୦ ଶହରୁ ଅଧିକ ପରିବାର ବସବାସ କରନ୍ତି କିନ୍ତୁ ଗାଁରେ କୈଣସି ପ୍ରକାଶ ବିକାଶ ମୂଳକ କାମ ହୋଇପାରୁନାହିଁ। ରାସ୍ତା ମରାମତି ଗାଁରେ ପ୍ରତିବର୍ଷ ମାଟି ପକାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ପକ୍କା ରାସ୍ତା ହୋଇପାରୁନାହିଁ। ଗାଁ ରାସ୍ତା ଅତ୍ୟଧିକ ବର୍ଷା ହେଲେ ହୋଇଯାଉଛି ପୁରା ଗାଁ ରାସ୍ତାରେ ମଣିଷ ଚାଲିବା କଷ୍ଟସାଧ୍ୟ ହୋଇପଡୁଛି। ଗାଁରେ ପିଇବା ପାଣିର ମଧ୍ୟ ଉତ୍କଟ ସମସ୍ୟା ୩ ତିନୋଟି ନଳକୂପ ଅଛି। ମାତ୍ର ତାହା ସଠିକ୍ ଭାବେ କାମ କରୁନି ଯେଉଁଠି କାମ କରୁଛି ସେଟି ଲୋକଙ୍କ ବିଡ଼ ଜମୁଛି। ପରିବାର ପାଇଁ ବଡ଼ବଡ଼ ଡେକଛିରେ ପାଣି ସଂଗ୍ରହ କରି ନିଅନ୍ତି। ମହିଳାମାନେ ଏହି ପାଣି ନେଲା ବେଳେ ବି କାଦୁଅ ସାତେ କାଦୁଅକୁ ଗାଁରେ ବସୁଧା ଯୋଜନା କାମ ହୋଇ ଥିଲେ ମଧ୍ୟ ଯୋଜନା ଏଠି ଫଳକରେ ମାତ୍ର ସିମିତ ରହିଛି।ଏବେ ଗ୍ରାମବାସୀଙ୍କର ପ୍ରଶ୍ନ ସମସ୍ୟାର ସମାଧାନ କେବେ ହେବ ତାହା ଦେଖିବାକୁ ବାକି ରହିଲା।