ରାଇଘର ବ୍ଲକ ରେ ଗୌରବ ଆଣିଲେ ଜଣେ ଆଦିବାସୀ ଛାତ୍ରି ସୁଶ୍ରୀ ହରପ୍ରିୟା ଗଣ୍ଡ
ରାଇଘର,(ଚନ୍ଦନ ଗଣ୍ଡ): ଆଜି ଆମେ ରାଇଘର ଆଞ୍ଚଳିକ ଆଦିବାସୀ ନିଶ୍ଚିତ ଭାବରେ ଗର୍ବିତ । କାରଣ ଦିନକୁ ଦିନ ଦେଖାଯାଉଛି ପଲ୍ଲୀରୁ ଦିଲ୍ଲୀ ତଥା ପଙ୍କରୁ ପଦ୍ମ ପରି ଓଡିଶାପ୍ରଦେଶର ଉପାନ୍ତଏହି ରାଇଘର ମାଟିରୁ ନିଜର କଠିନ ପରିଶ୍ରମ ଏବଂ ପ୍ରଚେଷ୍ଟା ଫଳରେ ଛାତ୍ରଛାତ୍ରୀସଫଳତା ସାଉଁଟି ବହୁତ ଦୁରକୁ ଆଗେଇଲେନି। ସେହିପରି ଆମ ରାଇଘର ବ୍ଲକ ଗୋଣ୍ଡୱାନା ବିକାଶ ମଣ୍ଡଳ ସମ୍ପାଦକ ଓ ମହାନୁଭାବି। ସମାଜର ଶୁଭଚିନ୍ତକ ତଥା ସମାଜ ସେବକ, ଶିକ୍ଷକ ଶ୍ରୀଯୁକ୍ତ ଫଗାନୁରାମ ଗଣ୍ଡ ଓ ଶିକ୍ଷୟତ୍ରି ଅନିତା ଗଣ୍ଡଙ୍କ ଝିଅ ସୁଶ୍ରୀ- ହରପ୍ରିୟା ଗଣ୍ଡ ଏମ୍ ବି ବି ଏସ, ଏମ୍ କେ ସି ଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ବ୍ରହ୍ମପୁରରେ ପଢ଼ିବା ପାଇଁ ଚୟନ ହୋଇଛନ୍ତି। ସେ ଏ ଅଞ୍ଚଳରେ ନିଜକୁ ପ୍ରତିଷ୍ଠିତ କରିବା ସହିତ ସର୍ବ ସମ୍ମୁଖରେ ଆମ ଏ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହା ଆମ ମୂଳନୀବସୀ ତଥା ଅଞ୍ଚଳ ପାଇଁ ଅତ୍ୟନ୍ତ ଖୁସିର ବିଷୟ ତେଣୁ କୃତିତ୍ୱ ହାସଲ କରିଥିବା ସୁଶ୍ରୀ ହରପ୍ରିୟା ଗଣ୍ଡ ଓ ତାଙ୍କ ପିତାମାତାଙ୍କୁ ମଧ୍ୟ ଆମ ରାଇଘର ବ୍ଲକ ଗୋଣ୍ଡସମାଜ ତରଫରୁ ନ୍ୟୁଜ ମାଧ୍ୟମରେ ଗାଢା ଗାଢା ସେୱା ଜୋହାର ସେବା ମାନ୍ ଜଣାଇଛନ୍ତି।