Hot Posts

6/recent/ticker-posts

ଚାଟିଆଗୁଡାରେ ଉତ୍ସାହମୟ ଭାବେ ପାଳିତ ହେଲା ୭୯ ତମ ସ୍ଵାଧୀନତା ଦିବସ

ସିନାପାଲି, ୧୫ / ୦୮  (ସୁରେଶ ମହାନନ୍ଦ) : ଚାଟିଆଗୁଡା ଗ୍ରାମପଞ୍ଚାୟତରେ ଆଜି ପ୍ରଭାତି 8.00ରେ ଉତ୍ସାହ ଓ ଗମ୍ଭୀରତାର ସହିତ ୭୯ତମ ସ୍ଵାଧୀନତା ଦିବସ ପାଳିତ ହେଲା। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସରପଞ୍ଚ ଶ୍ରୀମତୀ ରଂଗୀତା ପାତ୍ର ଜାତୀୟ ପତାକା ଉତ୍ତୋଳନ କରି, ପତାକାକୁ ସଲାମ ଦେଲେ ଓ ସମସ୍ତଙ୍କ ସହିତ ଜାତୀୟ ସଙ୍ଗୀତ ଗାୟନ କଲେ। ଏହି ସୁଯୋଗରେ ସରପଞ୍ଚ ରଂଗୀତା ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ କଳ୍ପଳତା ସାଗର, ସମିତି ସଦସ୍ୟମାନେ, ସ୍ଥାନୀୟ ଶିକ୍ଷକମାନେ, ଆଙ୍ଗନୱାଡ଼ି କର୍ମୀମାନେ ଓ ଗ୍ରାମବାସୀମାନେ ସ୍ବାଧୀନତା ସଙ୍ଗ୍ରାମୀମାନଙ୍କ ତ୍ୟାଗ ଓ ସେବାକୁ ସ୍ମରଣ କଲେ। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତିମୂଳକ ଗୀତ, କବିତା ପାଠ ପ୍ରସ୍ତୁତ କରାଗଲା ଓ ସମସ୍ତଙ୍କୁ ମିଷ୍ଠାନ ବଣ୍ଟନ କରାଗଲା। ସମଗ୍ର କାର୍ଯ୍ୟକ୍ରମ ଗ୍ରାମପଞ୍ଚାୟତର କର୍ମଚାରୀ, ସଦସ୍ୟ ଓ ଗ୍ରାମବାସୀମାନଙ୍କ ସକ୍ରିୟ ଅଂଶଗ୍ରହଣରେ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହେଲା।