Hot Posts

6/recent/ticker-posts

ଆଜି ଅଗଷ୍ଟ ପନ୍ଦର

 

ଆଜି ଅଗଷ୍ଟ ପନ୍ଦର


ସ୍ୱାଧୀନ ଭାରତ ସନ୍ତାନ ଆମେ ରେ
ସ୍ୱାଧୀନ ଭାରତ ଲୋକ
ଗୋରା କବଳରୁ ସ୍ୱାଧୀନ ପାଇଲୁ 
ପରାଧୀନୁ ହେଲୁ ମୁକ୍ତ I


ମହାତ୍ମା, ସୁବାଷ ପରି କେତେ ବୀର 
ସଂଗ୍ରାମୀ ଉଠିଲେ ତେଜି 
ଇଂରେଜଙ୍କ ସହ କରିଲେ ଲଢେଇ 
ମୋ ଦେଶ ଉଠିଲା ଗର୍ଜି I


ଭୟରେ ଫିରିଙ୍ଗି ପରାଜୟ କଲା 
ସ୍ୱାଧୀନ ପାଇଲୁ ଆମେ 
ସ୍ୱାଧୀନତାର ବାସ୍ନା ସୁଗନ୍ଧ ଉଡ଼ିଲା 
ତ୍ରିରଙ୍ଗା ଉଡ଼େ ଗଗନେ I


ସ୍ୱାଧୀନତା ପାଇଁ ମା' ମାଟି ସନ୍ତାନ 
ଅଛନ୍ତି ଅମର ହୋଇ 
ବୀର ମାଟି ବୀର ସନ୍ତାନର ସ୍ମୃତି  
ଇତିହାସେ ଅଛି ରହି I


ସେ ଦିନକୁ ମନେ ପକାଇବା ପାଇଁ 
ପାଳୁ ଅଗଷ୍ଟ ପନ୍ଦର 
ତ୍ରିରଙ୍ଗାର ତଳେ ବିଜୟର ଗାଥା 
ବଖାଣେ ଭାରତ ମୋର II


କବି ସୁଶାନ୍ତ ରଣା
ତେରେସିଂହା, ଜି- କଳାହାଣ୍ଡି
ମୋ- ୭୮୯୪୬୫୮୨୭୪