ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିଶାମୁକ୍ତି ଅଭିଯାନ ଓ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ
ଫୁଲବାଣୀ, ୧୨/୮( ବାଳକୃଷ୍ଣ କହଁର ) : ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ଙ୍କ ପୌରହିତ୍ୟରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଫୁଲବାଣୀ ସ୍ଥିତ ପ୍ରଜାପୀତା ବ୍ରହ୍ମକୁମାରୀ ଆଧ୍ୟାତ୍ମିକ ଅନୁଷ୍ଠାନର ଭଉଣୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ନିଶାଦ୍ରବ୍ୟ ସେବନର କୁପରିଣାମ ବିଷୟରେ ସଚେତନ କରାଇବା ସହିତ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ସୁସ୍ଥ ସମାଜ ଗଠନ ରେ ନିଶାମୁକ୍ତି ଅଭିଯାନ ଗୁରୁତ୍ଵ ବହନ କରେ ବୋଲି ମତ ରଖିଥିଲେ । ନିଶାଠାରୁ ଦୂରେଇ ରହିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ବିଜେପି ବ୍ଲକ ସଭାପତି ଶ୍ରୀ ସର୍ବେଶ୍ଵର କହଁରଙ୍କ ଅଭିଭାଷଣ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିଥିଲା । ଘରେ ଘରେ ତ୍ରିରଙ୍ଗା ସମାଜର ସବୁବର୍ଗର ଲୋକମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବ ଓ ଏହା ଆମର ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ରଖିଥିଲେ ଉପସ୍ଥିତି ଅତିଥି ଗଣ । ଛାତ୍ରଛାତ୍ରୀ ମାନେ ତ୍ରିରଙ୍ଗା ଶୋଭାଯାତ୍ରା ରେ ଗ୍ରାମ୍ୟ ପରିକ୍ରମା କରିଥିଲେ । ସଂମାନିତ ଅତିଥି ମାନଙ୍କ ମଧ୍ୟରେ ଥିଲେ ସାମ୍ବାଦିକ ମନୋଜ କୁମାର ଗୌଡ଼ , ଓବିଶି ମୋର୍ଚ୍ଚା ବ୍ଲକ ସଭାପତି କେଦାର ନାଥ ବାଘ , କ୍ରିଡା ଶିକ୍ଷକ ଏମ. ବାଳକ୍ରୀଷ୍ଣା ଦୋରା , ଅଧ୍ୟାପକ ବୈକୁଣ୍ଠନାଥ ପଣ୍ଡା । କାର୍ଯ୍ୟକ୍ରମ କୁ ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ। କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।