ଖଜୁରୀପଡା ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ।
ଖଜୁରୀପଡା, ୧୪/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦରମହକୁମା ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ବିଦ୍ୟାଳୟ ଠାରୁ ବାହାରି ସମସ୍ତ ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ ଦେଇ ବିଦ୍ୟାଳୟକୁ ଫେରି ଥିଲେ । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର କର,ସହ ଅଧ୍ୟାପକ ପ୍ରମୋଦ କୁମାର ନାୟକ, ବାସୁଦେବ ସାହୁ,ସମୀର କୁମାର ବେହେରା, ଓ ସହଗ୍ରନ୍ଥାଗାର ରଶ୍ମିରଞ୍ଜନ ଲେଙ୍କା,ସହ ରଞ୍ଜନ କୁମାର ବେହେରା, ପ୍ରଫୁଲ୍ଲ ବେହେରା, ସଞ୍ଜୟ ଦେହୁରୀ, ସୀତା ପ୍ରଧାନ ,ପଦ୍ମା ଦିଗାଲ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।