ବହୁମୁଖି ସମବାୟ ସମିତି ଲିଃ ସିନାପାଲି ଗଠନ
ସିନାପାଲି, ୧୭ / ୦୮ (ଶୋଭାରାମ ମହାନନ୍ଦ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଯୁଗେନ ପଦର୍ ସ୍ଥିତ ଗୋଂଣ ୱାନା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜୟାନନ୍ଦ କଟା ସଭାପତିତ୍ବ କରି ଥିଲେ। ବୈଠକରେ ସିନାପାଲି ଅଞ୍ଚଳର ୨୨ଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସିନାପାଲି ଠାରେ ବହୁମୁଖି ସମବାୟ ସମିତି ଗଠନ ସକାଶେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ସମବାୟ ସମିତି ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ରମାକାନ୍ତ ମହାକୁଡ଼ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବଲପୁର ବୁଝାଇଥିଲେ। ସର୍ବ ସମ୍ମତି କ୍ରମେ ସମିତି ଗଠନ ସକାଶେ ମତାମତ ପ୍ରକାଶ ପାଇଲା ପରେ ଜୟାନନ୍ଦ କଟା ସଭାପତି ଏବଂ ଦୈତାରି ସାଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିବା ଜଣାଯାଏ। ଉକ୍ତ ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ନୂଆପଡ଼ା ଦୀନବନ୍ଧୁ ଗୁଆଲ, ହିରାଧର ଖର୍ସେଲ୍, ଯଶୋଦା ତେଜି, ପୁଷ୍ପାଞ୍ଜଳି କଟା, ମିନା ରାଉତ, କ୍ଷିରମନି ମାଝୀ, ଲମ୍ୱୋଧର ବାଗ, ଜଳଧର ଘିଭେଲା, ଜଗଦିଶ ରାଉତ, ହିରସିଂ ମାଝୀ, ରାୟଧର ଖର୍ସେଲ ପ୍ରମୂଖ ଉପସ୍ଥିତ ଥିଲେ। ବୈଠକରେ ଏହି ସମବାୟ ସମିତିର ପଞ୍ଜିକରଣ ସକାଶେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ନିଆଗଲା।