Hot Posts

6/recent/ticker-posts

ଓଡ଼ିଶା ଅମଲା ସଂଘ ର ଦାବି ପୁରଣ ନିମନ୍ତେ ସରକାର ଙ୍କ ଆନ୍ତରିକତା ରହିଛି, ଓଡ଼ିଶା ଅମଲା ସଂଘ ବୈଠକ ରେ ଷ୍ପଷ୍ଟ କଲେ ସଭାପତି

ଜୟପୁର, ୩୧ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ଅମଲା ସଂଘ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିଥିଲେ, ଶ୍ରୀ ଦାଶ୍ ସଭାପତି ଉକ୍ତ ବୈଠକରେ ସଭାପତିତ୍ବ କରିଥିଲାବେଳେ, ଶ୍ରୀ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଶ୍ରୀ ଓ୍ବାଇ ଶ୍ରୀନିବାସ ରାଓ ଅଧ୍ୟକ୍ଷ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଶ୍ରୀ କୈଳାସ ସାମନ୍ତରାୟ ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଶ୍ରୀ କିଶୋର ଚନ୍ଦ୍ର ଦାଶ୍ ଉପ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ବିଭିନ୍ନ ପଦବୀ ରେ ରହିଥିବା ନେତୃବୃନ୍ଦ ଙ୍କ ଅବସର ଓ ଅନ୍ୟ ଜିଲ୍ଲା କୁ ବଦଳି ହୋଇଥିବା ସ୍ଥଳେ ଜିଲ୍ଲା ସଂଘ ର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସଂଘ ଶ୍ରୀ ଓ୍ବାଇ ଶ୍ରୀନିବାସ ରାଓ ଙ୍କୁ ଅଧ୍ୟକ୍ଷ, ଶ୍ରୀ କୈଳାସ ସାମନ୍ତରାୟ ଙ୍କୁ ସାଙ୍ଗଠନିକ ସମ୍ପାଦକ, ଶ୍ରୀ କିଶୋର ଚନ୍ଦ୍ର ଦାଶ୍ ଙ୍କୁ ଉପସଭାପତି ନିମନ୍ତେ ଚୟନ କରିଥିଲେ ସେମାନଙ୍କୁ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତରଫରୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ତତ୍ ସହିତ ବିଭିନ୍ନ ଜିଲ୍ଲାରୁ କୋରାପୁଟ ଜିଲ୍ଲା କୁ ବଦଳି ହୋଇ ଆସିଥିବା ଅମଲା ମାନଙ୍କୁ ମଧ୍ୟ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଓଡ଼ିଶା ଅମଲା ସଂଘ ର ଏକ ମାତ୍ର ନ୍ୟାର୍ଯ୍ୟ ଦାବି ଦିର୍ଘ ୮ ବର୍ଷ ଧରି ଓଡ଼ିଶା ଅମଲା ସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିବା ବେଳେ ପୁର୍ବ ସରକାର ସମୟରେ ଏହା କେବଳ ପ୍ରତିଶୃତି ରେ ରହି ଯାଇଥିବା ଶ୍ରୀ ଦାଶ୍ ପ୍ରକାଶ କରିଥିଲେ, ନୁତନ ସରକାର ଓଡ଼ିଶା ଅମଲା ସଂଘ ର ଏକ ମାତ୍ର ନ୍ୟାର୍ଯ୍ୟ ଦାବି କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁସାରେ ୪୨୦୦/- ଗ୍ରେଡ଼ ପେ ଲେବେଲ୍ ୯ ଉପରେ ଅବଗତ ଥିବା ସହିତ ସରକାର ଙ୍କ ଆନ୍ତରିକତା ରହିଥିବା ଶ୍ରୀ ଦାଶ୍ ସୁଚନା ଦେଇଥିଲେ, ସରକାର ଅମଲା ମାନଙ୍କର ପ୍ରତି ପାତରଅନ୍ତର କରିବେ ନାହିଁ ବୋଲି ଓଡ଼ିଶା ଅମଲା ସଂଘ ପୁର୍ଣ୍ଣ ବିଶ୍ଵାସ ରଖିଥିବା ଶ୍ରୀ ଦାଶ୍ ମତ ଦେଇଥିଲେ ତଳ ଦିନ ରେ ରାଜସ୍ବ ଅମଲା ସଂଘ ଆନ୍ଦୋଳନ କୁ ଯିବା ସମୟରେ ରାଜସ୍ବ ଅମଲା ସଂଘ ର ପ୍ରଥମ ଦାବି କୁ ମାନ୍ୟବର ରାଜସ୍ବ ମନ୍ତ୍ରୀ କହିଥିଲେ ଯେ ଏହି ଦାବି ସମସ୍ତ ଅମଲାଙ୍କର କେବଳ ରାଜସ୍ବ ଅମଲା ସଂଘ ର ନୁହଁ ଏହା ଉପରେ ସାଧାରଣ ପ୍ରଶାସନ ବିଭାଗ ନିଷ୍ପତି ନେବ ବୋଲି କହିଥିବା କଥା କୁ ଶ୍ରୀ ଦାଶ୍ ବୈଠକ ରେ ଦୋହରାଇ ଥିଲେ ଏଥିରୁ ଷ୍ପଷ୍ଟ ଯେ ସରକାର ଅମଲା ମାନଙ୍କର ପ୍ରତି ପାତରଅନ୍ତର କରିବେ ନାହିଁ, ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଙ୍କୁ ସାକ୍ଷାତ କରି ଓଡ଼ିଶା ଅମଲା ସଂଘ ର ଏକମାତ୍ର ଦାବି ପୁରଣ ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଅତି ଶିଘ୍ର ଓଡ଼ିଶା ଅମଲା ସଂଘ ର ନେତୃବୃନ୍ଦ ଙ୍କୁ ଆଲୋଚନା କରିବା ନିମନ୍ତେ ଡାକିବା ନିମନ୍ତେ ଜଣାଇଥିବା ଶ୍ରୀ ଦାଶ୍ ବୈଠକ ରେ ସୁଚନା ଦେଇଥିଲେ, ସମସ୍ତ ଉପସ୍ଥିତ ଅମଲା ଏ ନେଇ ଓଡ଼ିଶା ଅମଲା ସଂଘ ର ନେତୃବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଙ୍କୁ ଭେଟି ଅମଲା ମାନଙ୍କ ଏକ ମାତ୍ର ନ୍ୟାର୍ଯ୍ୟ ଦାବି ପୁରଣ ନିମନ୍ତେ ଅନୁରୋଧ କରିବା ପାଇଁ ରାଜ୍ୟ ସଂଘ ର ଦୃଷ୍ଟି ଆକର୍ଷଣ କରିଥିଲେ, ଉକ୍ତ ବୈଠକରେ ମୁଖ୍ୟତଃ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି, ଶ୍ରୀ ଜଗନ୍ନାଥ ଦାଶ, ଶ୍ରୀ ବିନାୟକ ପଣ୍ଡା, ଶ୍ରୀ ରବି ନାରାୟଣ ଗୈଡ, ଅଶ୍ବିନୀ ମିଶ୍ର, ବାଳ ଗୋପାଳ ମିଶ୍ର, ସୁଶାନ୍ତ ମିଶ୍ର, ସାନ୍ତୁନୁ ଜେନା, ଶ୍ରୀ ରାମକୃଷ୍ଣ ପଣ୍ଡା, ତ୍ରିନାଥ ପଣ୍ଡା, ସିତାନାଥ ସତପଥି, ଶରତ ଚନ୍ଦ୍ର ଜେନା ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ ପରିଶେଷରେ ଶ୍ରୀ ଦାଶ୍ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ