କନ୍ଧମାଳର ଆଦିବାସୀ ପରିବାର ପକ୍ଷରୁ ନୂଆଁ ଖାଇ ଭେଟଘାଟ ।
ଫୁଲବାଣୀ ୩୧/୮(ଅଚ୍ୟୁତ ଜାନୀଙ୍କ ରିପୋର୍ଟ) ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ମୁଖ୍ୟପର୍ବ ହୋଇଥିବା ବେଳେ ସାରା ରାଜ୍ୟରେ ଏହି ପର୍ବଟି ଧୁମ୍ ଧାମରେ ପାଳିତ ହୋଇଯାଇଛି । ଏହି ପରି ପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ପ୍ରାୟ ୩୨ଟି ପରିବାର ବ୍ରହ୍ମପୁରରେ ସରକାରୀ କର୍ମଚାରୀ ଭାବେ ରହି ନିଜର କର୍ମମୟ ଜୀବନ ଅତିବାହିତ କରୁଥିବା ବେଳେ ସମସ୍ତ ମାନଙ୍କୁ ନେଇ ଶୁକ୍ରବାର ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପର୍ବଟି କୃଷିଭିତ୍ତିକ ଗଣପର୍ବ ହୋଇଥିବାରୁ ଆଦିବାସୀ ମାନେ ପ୍ରକୃତି ପୂଜକ , ପୂର୍ବ ପରମ୍ପରା, ସଂସ୍କୃତି ଆଦିମ କାଳରୁ ପାଳନ କରିଆସୁଥିବା ବେଳେ ଚାଷ କରି ଯାହା ନୂଆଁ ଫସଲ ଅମଳ ହୋଇଥାଏ ସେହି ସମୟରେ ସ୍ୱଚ୍ଛ ନିର୍ମଳ ହୋଇ ନୂଆଁ ବସ୍ତ୍ର ପରିଧାନ କରି ତାହାକୁ ଇଷ୍ଟଦେବୀ, ଧରଣୀ ପେନୁ ସେହି ନୂଆ ଫଳ,ଶସ୍ୟ ମାଁଙ୍କ ନିକଟରେ ସମର୍ପଣ କରି ନିଜେ ଗ୍ରହଣ କରିଥାନ୍ତି ଓ ବୈଜ୍ୟଷ୍ଠ ଗୁରୁଜନ ମାନଙ୍କୁ ପ୍ରଣାମ କରି ଆଶିର୍ବାଦ ଗ୍ରହଣ କରିଥାନ୍ତି ।
ସେହିପରି ନୂଆଖାଇ ପର୍ବ ଦିନ କନ୍ଧମାଳ ଆଦିବାସୀ କର୍ମଚାରୀ ପରିବାର ମଧ୍ୟ ସମସ୍ତେ ଏକାଠି ହୋଇ ଶାଳପତ୍ର, ଶିଆଳି ପତ୍ରରେ ଫୁଲ,ନୂଆଁ ଧାନଶସ୍ୟ,ଫଳ ପନିପରିବା ମାଁ ଙ୍କୁ ଅର୍ପଣ କରି ନବାନ୍ନ ଭକ୍ଷଣ କରି ବୈଜ୍ୟେଷ୍ଠ ଗୁରୁଜନ ମାନଙ୍କୁ ପ୍ରଣାମ କରିଥିଲେ ଓ ନିଜ ନିଜ ପରିଚୟ ଆଦାନ ପ୍ରଦାନ ସହ ପାରମ୍ପରିକ ସଂସ୍କୃତିର ଅବଗତ ହୋଇଥିଲେ । ଏଥିରେ ରାଜସ୍ୱ କମିଶନର ବ୍ରହ୍ମପୁର କାର୍ଯ୍ୟାଳୟ ସମ୍ପାଦକ ଶ୍ରୀବିରସେନ ପ୍ରଧାନଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଉତ୍ତର ମଲିକ, ଗୁଣନିଧି ମଲିକ,ରାଜେନ୍ଦ୍ର ମଲିକ, ଅନ୍ତର୍ଯ୍ୟାମୀ କହଁର, ରାମେଶ୍ବର ପ୍ରଧାନ, ଲଳିତ କହଁର, ପ୍ରଶାନ୍ତ କହଁର, ପ୍ରଦୀପ ମଲିକ ସମେତ ୩୨ଟି ପରିବାରରୁ ପ୍ରାୟ ୮୦ ଜଣ ଲୋକ ଯୋଗଦେଇ ଥିଲେ । ପ୍ରକୃତି ସନ୍ତାନ ଭାବରେ ପୂର୍ବରୁ ଆଦିବାସୀ ମାନେ ହିଁ ଏଇ ନୂଆଖାଇ ପର୍ବ ଆରମ୍ଭ କରି ପାଳନ କରି ଆସୁଥିଲେ କିନ୍ତୁ ସମୟକ୍ରମେ ଧୀରେ ଧୀରେ ସମସ୍ତ ବର୍ଗର ଲୋକ ମାନେ ମଧ୍ୟ ଏହାକୁ ପାଳନ କରିଆସୁଛନ୍ତି । ଉତ୍ସବରେ ନୂଆ ଅତିଥି ଭାବେ ଉମେଶ ଚନ୍ଦ୍ର ପ୍ରଧାନ ପରିବାର ଓ ବିଦାୟୀ ଅତିଥି ଅରୂପାନନ୍ଦ ପ୍ରଧାନଙ୍କ ଉପସ୍ଥିତ ଅଧିକ ମୁଖ୍ୟ ଆକର୍ଷଣ କରିଥିଲା ।