Hot Posts

6/recent/ticker-posts

ପରୋପକାରୀ ଅରୁଣ ରଣାଙ୍କ ପରଲୋକ

କର୍ଲାମୁଣ୍ଡା, ୩୧/୦୮ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଅରୁଣ ରଣା (୪୮)ଙ୍କର ପରଲୋକ ହୋଇ ଯାଇଛି I ତିନି ଦିନ ତଳେ ସେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ଓ ପରେ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା I ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା I ସ୍ବର୍ଗତ ରଣା ଅନେକ ଥର ରକ୍ତଦାନ କରିଥିବା ସହ ଜଣେ ପରୋପକାରୀ ବ୍ୟକ୍ତି ଥିଲେ I ରବିବାର ସକାଳେ ତାଙ୍କ ମର ଶରୀର ଘରେ ପହଞ୍ଚିବା ପରେ ତେଲ ନଦୀ କୂଳରେ ଅନ୍ତିମ ସଂସ୍କାର କରାଯାଇ ଥିଲା l ତାଙ୍କ ବଡ଼ ଭାଇ ଶଙ୍କର ରଣା ଓ ଏକ ମାତ୍ର ପୁତ୍ର ସୌରଭ ରଣା ମୁଖାଗ୍ନୀ ଦେଇଥିଲେ I ତାଙ୍କ ବିୟୋଗରେ ଅଂଚଳରେ ଶୋକରଛାୟା ଖେଳି ଯାଇଛି I