ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ
ଚକାପାଦ : ୧୧ / ୦୮ (ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ର ବିଭିନ୍ନ ସ୍ଥାନରେ ଗହ୍ମା ପୂର୍ଣ୍ଣିମା ଓ ରାଖି ବନ୍ଧନ ବହୁ ଧୂମଧାମ ରେ ହୋଇଥିବା ବେଳେ ବ୍ରହ୍ମଣପାଦ ଠାରେ ମଧ୍ୟ ବହୁ ଉଚ୍ଚ ରେ ବାଉଁଶ ରେ ଝୁଲାଯାଇ ଥିବା ଛତା, କ୍ଷୀର ବୋତଲ, ଚକଲେଟ, ବିସ୍କୁଟ, ଖାତା, ପେନ, ପଇସା ଏବଂ ବିଭିନ୍ନ ସାମଗ୍ରୀ ରଖି ଗହ୍ମା ଡିଆଁ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଛୋଟ, ମଧ୍ୟ୍ୟମ ପିଲାମାନଙ୍କୁ ନେଇ ବହୁ ଉଚ୍ଚ ରେ ଝୁଲୁଥିବା ବିଭିନ୍ନ ସାମଗ୍ରୀ କୁ ଡିଆଁ ମାରି ହାତେଇ ନେବାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଅଞ୍ଚଳ ର ସହ ସହ ଲୋକ ଏକତ୍ରିତ ହୋଇ ହସଖୁସି ମଜା ନେଉଥିଲେ। ଏହା ହେଉଛି ଓଡ଼ିଆ ଙ୍କ ପାରମ୍ପରିକ ପର୍ବ ଗହ୍ମା ପୂର୍ଣ୍ଣିମା ଏହି ଦିନ ମାନଙ୍କ ରେ ଗୋମାତା ଙ୍କ ପୂଜା କରିବା ସହ ଘରେ ଘରେ ପିଠା ପଣା ଖାଇ ଆନନ୍ଦ ଉହ୍ଲାସ ରେ ପାଳନ କରିଥାନ୍ତି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ