Hot Posts

6/recent/ticker-posts

ବରଗଡ଼ରେ ପେଟ୍ରୋଲ ଢାଳି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବରଗଡ଼, ୧୧ / ୦୮ :   ରାଜ୍ୟରେ ଆତ୍ମହତ୍ୟା ପ୍ରବୃତ୍ତିକୁ ନେଇ ପୁଣିଥରେ ଚର୍ଚ୍ଚା ଜୋରଦାର ହେବାର ସମୟରେ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଗାଇସିଲଟ ଥାନା ଅଧୀନସ୍ଥ ଫିରିଙ୍ଗିମାଲ ଗ୍ରାମରେ ସୋମବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ମାତ୍ର ୧୩ ବର୍ଷର ଜଣେ ନାବାଳିକା ଘରଠାରୁ କିଛି ଦୂରରେ ଥିବା ଖେଳପଡ଼ିଆରେ ପେଟ୍ରୋଲ ଢାଳି ନିଜକୁ ଅଗ୍ନିଦାହ କରିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରି ଗାଇସିଲଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ। ଆତ୍ମହତ୍ୟା ଉଦ୍ୟମ ପଛରେ କଣ କାରଣ ଥିଲା, ଏହା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରଥମିକ ସୂଚନା ଅନୁଯାୟୀ, ନାବାଳିକା ଜଣକ ନିଜ ମାମୁଙ୍କ ଘରେ ରହୁଥିବା ଜଣାପଡ଼ିଛି ,ଓ ତାଙ୍କ ପିତା ଦାଦନ କାମ ପାଇଁ ରାଜ୍ୟ ବାହାରେ ରହିଛନ୍ତି । ଏହି ଘଟଣା ପରେ ଗ୍ରାମବାସୀ ମଧ୍ୟରେ ତିବ୍ର ଅସନ୍ତୋଷ ଓ ଚିନ୍ତା ପରିଲକ୍ଷିତ ହେଉଛି। ସମାଜରେ ନାବାଳିକାଙ୍କ ମନୋସାମାଜିକ ସୁରକ୍ଷା ପ୍ରଶ୍ନ ପୁଣିଥରେ ମୁଣ୍ଡିଉଠିଛି।