Hot Posts

6/recent/ticker-posts

ଭୋଟ ଚୋରି ଅଭିଯୋଗ ଆଣିଲା କଂଗ୍ରେସ୍।

ରାୟଗଡ଼, ୧୨ / ୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ସଦର ମହକୁମା କଂଗ୍ରେସ୍ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପବିତ୍ର ସାଉନ୍ତା ଏବଂ ରାୟଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ଆପାଲ୍ଲା ସ୍ଵାମୀ କାଡ୍ରାକା ଯୋଗ ଦେଇଥିଲେ। ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ରାୟଗଡ଼ ଆପଲା ସ୍ଵାମୀ କାଡ୍ରାକା ଏବଂ ଲକ୍ଷ୍ମୀପୁର ବିଧାୟକ ପବିତ୍ର ଶାଉନ୍ତା ଇଲେକ୍ସନ୍ କମିଶନ ର ପକ୍ଷପାତିତା ଏବଂ ଭୋଟ ଚୋରି ହୋଇଛି ବୋଲି କହିଛନ୍ତି। 2014ରେ କେନ୍ଦ୍ରରେ ବିଜେପି ଶାସନ କୁ ଫେରିବା ପରଠାରୁ ବିଭିନ୍ନ ନିର୍ବାଚନ ଫଳାଫଳ ଅତ୍ୟନ୍ତ ଅପ୍ରତ୍ୟାଶିତ ହେଉଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ହେରଫେର ହୋଇଥିବା ଆଶଙ୍କା କରିଛି କଂଗ୍ରେସ୍। ମହାରାଷ୍ଟ୍ର ପରି ଗୋଟିଏ ରଜ୍ୟରେ ଆଡ଼ିସନ୍ ଯୋଗେ ବିଜେପିକୁ ଜିତାଇ ଦିଆଗଲା ଓ ଆଉ ଏକ ଜାଗାରେ ଡିଲିସନ୍ ଯୋଗେ କଂଗ୍ରେସକୁ ହରାଇବାର ଚକ୍ରାନ୍ତ ହେଲା। ନିର୍ବାଚନୀ ରାଲିରେ କଂଗ୍ରେସ୍ ପ୍ରତି ଲୋକଙ୍କ ଆଗ୍ରହ, ବୁଥ ବାହୁଡ଼ା ମତ, କଂଗ୍ରେସର ଆଭ୍ୟନ୍ତରୀଣ ସର୍ବେ ବିଷୟ ଗୁଡ଼ିକ ବିଚାରକୁ ନେଇ ଜିତିବା ଆଶା କରଯାଇଥିଲା। କଂଗ୍ରେସ୍ ପକ୍ଷରୁ ଅଭିଯୋଗ ହୋଇଛି ଯେ ଘର ଲୋକଙ୍କ ନାମ ନ ଲେଖି abcdefg ବୋଲି ରଖାଯାଇଛି । ଗୋଟାଏ ଠିକଣାରେ ବହୁ ଭୋଟର ରହୁଥିବା ଏବଂ ଗୋଟିଏ କୋଠରୀରେ 60ଜଣ ରହୁଥିବା ଦର୍ଶାଇଥିଲା। ଏହିଭଳି ବିଭିନ୍ନ ପ୍ରକାର ଚଂଚକତା କରି ବିଜେପି ଭୋଟ ଚୋରି କରିଛି ବୋଲି ଅଭିଯୋଗ କରିଛନ୍ତି। ତଥ୍ୟ ଲୁଚାଇଛନ୍ତି ଇଲେକ୍ସନ କମିଶନ । ରାହୁଲ ଗାନ୍ଧିଙ୍କ କହିବା ଅନୁସାରେ ରାଜ ନେତାମାନଙ୍କ ଭଳି ଇଲେକ୍ସନ କମିଶନ୍ କହୁଛନ୍ତି। କଂଗ୍ରେସ୍ କହିଛି ରାଜ ନେତାଙ୍କ ଭଳି ମନ୍ତବ୍ୟ ଦିଅନାହିଁ, ଆମ ତଥ୍ୟ ଭୁଲ ବୋଲି ପ୍ରମାଣିତ କର ଇଲେକ୍ସନ କମିଶନ୍।
ଦିବା ଲୋକରେ ଗଣତନ୍ତ୍ରର ଅପହରଣ ହେଉଛି। ଓଡ଼ିଶାରେ ମୋଟ 42ଲକ୍ଷ ଭୋଟ ଚୋରି ହୋଇଛି ଅର୍ଥାତ୍ 21ଗୋଟି ନିର୍ବାଚନ ମଣ୍ଡଳୀରେ 2ଲକ୍ଷ ଲେଖାଏଁ ଭୋଟ ଚଞ୍ଚକତା।