କେନ୍ଦ୍ରାପଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର, ପାଞ୍ଚ ଅଭିଯୁକ୍ତ ଅଟକ
ପଟ୍ଟାମୁଣ୍ଡାଇ, ୧୨ / ୦୮ : କେନ୍ଦ୍ରାପଡ଼ା ଜିଲ୍ଲାରେ ନାରୀ ସୁରକ୍ଷା ପ୍ରଶ୍ନକୁ ପୁଣିଥରେ କମ୍ପିତ କରିଦେଇଥିବା ଏକ ଲଜ୍ଜାଜନକ ଘଟଣା ଆଲୋକମାନେରେ ଆସିଛି। ରାଜନଗର ଥାନା ସୀମାରେ ଜଣେ ୧୦ମ ଶ୍ରେଣୀର ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ଉଠିଛି।ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାକ୍ଷୀ ପୂର୍ଣ୍ଣିମା ଦିନ ପୀଡିତା ଜଣକ ନିଜ ପିଉସାଙ୍କ ଘରକୁ ଆସିଥିଲେ। ସେଠାରୁ ତାଙ୍କୁ ଟେଣି ନେଇ, ଅମାନବିକ ଭାବରେ ଗଣବଳାତ୍କାର କରାଯାଇଥିବା ରାଜନଗର ଆଇ.ଆଇ.ସି. ସୂଚନା ଦେଇଛନ୍ତି।ଏହି ଘଟଣା ସମ୍ପର୍କରେ, ପୀଡିତାଙ୍କ ପିଉସା ସହିତ ମୋଟ ୫ ଜଣଙ୍କୁ ପୋଲିସ ଅଟକ କରିଥିବା ବେଳେ, ସେମାନଙ୍କୁ ଥାନାରେ ରଖି ପଚରାଉଚରା ଚାଲିଛି। ଏହି ନିର୍ମମ କାଣ୍ଡ ନେଇ ସ୍ଥାନୀୟ ଲୋକମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରୁଥିବା ସହ, ଅଭିଯୁକ୍ତମାନଙ୍କୁ କଡ଼ା ଶାସ୍ତି ଦେବା ପାଇଁ ଦାବି ଉଠିଛି।