ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଯୁବକ ଗିରଫ
ଡାବୁଗାଁ, ୦୫ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅନ୍ତର୍ଗତ ଚଚରାଗୁଡ଼ା ଗାଁ ର ଜଣେ ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଫେରାର ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଡାବୁଗାଁ ଥାନା ପୋଲିସ କୁ ଏକ ଯୁବତୀଙ୍କୁ ଧର୍ଷଣ ମାମଲାରେ ଜଣେ ଯୁବକଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ : ଡାବୁଗାଁ ଥାନା ଅଧୀନରେ ଥିବା ଚଚରାଗୁଡା ଗ୍ରାମ ର ଜଣେ ଯୁବତୀଙ୍କୁ ୨୦୨୩ ମସିହାରୁ ସେହି ଗ୍ରାମ ର ଯୋଗେଶ୍ଵର ପୂଜାରୀ (୨୮) ଙ୍କ ପ୍ରେମ ସମ୍ପର୍କ ଥିଲା। ଯୁବକ ଜଣଙ୍କ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଏହି ଭଲି ଯୁବକ ଜଣକ ବହିବାର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି । ପରେ ଯୁବତୀ ଜଣକ ବିବାହ କରିବା ପାଇଁ କହିବାରୁ ଯୁବକ ଜଣକ ବିବାହ କରିବାକୁ ମନା କରିଥିଲା । ପରେ ପୀଡିତା ଯୁବତୀ ଜଣକ ଡାବୁଗାଁ ଥାନାରେ ଏକ ଏତଲା ଦେଇଥିଲେ । ଉକ୍ତ ଏତେଲା କୁ ଭିତ୍ତି କରି ଥାନାରେ କେସ ନଂ ୧୬୧/୨୩ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।