Hot Posts

6/recent/ticker-posts

ଗଂଜେଇ ସହ ଧରାପଡ଼ିଥିଲା ଅପରାଧୀ, କୋର୍ଟ ଚାଲାଣ ପୂର୍ବରୁ ଚକମା ଦେଇ ଫେରାର

ରାଇଘର,  ୦୫ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଅନ୍ତର୍ଗତ ପରଚି ପାରା ଠାରେ ଗତକାଲି ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଚଡ଼ାଉ କରି ପ୍ରାୟ ଦଶ କିଲୋ ଗଞ୍ଜେଇ ଜବତ କରିଥିଲେ । ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିଲା କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଜଣକ ଖସି ପଲାଇ ଥିବା। ସୂଚନା ମିଳିଛି ରାତି ପ୍ରାୟ ସାଢେ ୮ଘ ଟା ସମୟରେ ଅଭିଯୁକ୍ତ ପରିସ୍ରା ଯିବାକୁ କହି ଖସି ଚାଲିଯାଇଥିବା କିଛି କର୍ମଚାରୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ଉକ୍ତ ସମୟରେ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମକାରୀ ଉପସ୍ଥିତ ରହିଥିବା ବେଳେ ଅଭିଯୁକ୍ତ ଜଣକ କେମିତି ଖସି ପଳାଇଲା ତାକୁ ନେଇ ଅବକାରୀ ଅଧିକାରୀ ମାନେ ମୁହଁ ଖୋଲୁ ନାହାନ୍ତି । ପରଚିପାରା ଗ୍ରାମରେ ଗଞ୍ଜେଇ କାରବାର ହେଉଥିବା ନେଇ ଖବର ମିଳିଥିବା ପରେ ସ୍ଥାନୀୟ ଅବକାରୀ ବିଭାଗର ଅଧିକାରୀ ରଞ୍ଜୁଲତା ବାରିକଙ୍କ ନେତୃତ୍ଵରେ ଏକ ଟିମ ପରଚିପାରା ଆଦିବାସି ଗ୍ରାମରେ ପହଞ୍ଚି ସିଆଲାଲ ଗଣ୍ଡଙ୍କ ଘର ପଛ ପଟୁ ଗଞେଇ ଜବତ କରିଥିଲେ । ଏଥି ସହ ସିଆଲାଲ ଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ସିଆଲାଲଙ୍କୁ ଆଜି କୋର୍ଟ ଚାଲାଣ କରିବାର ଥିଲା । କିନ୍ତୁ ତା ପୂର୍ବରୁ ଚମ୍ପଟ ମାରିଲା ଗିରଫ ହୋଇଥିବା ସିଲାଲ । ଚଡାଉ ବେଲେ ବିଭାଗୀୟ ଅଧିକାରୀ ସବଇନ୍ସପେକ୍ଟର ସୁଶୀଳ କୁମାର ଭୋଇ ,କନେଷ୍ଟବଳ ଜ୍ୟେସ୍ନା ହରିଜନ , ଅନନ୍ତ ମଲ୍ଲିକ , ଏବଂ ଟୁକୁ ଦଲାଇ ପ୍ରମୁଖ ସାମିଲ ଥିଲେ.