Hot Posts

6/recent/ticker-posts

ଜୟପୁରରେ ବିଷୋଫ ଓ ବରିଷ୍ଟ ପାଳକମାନଙ୍କର ସମ୍ମିଳନୀ: ‘ସତ୍ୟ ପଥ ମହୋତ୍ସବ’ ଆୟୋଜନର ନିଷ୍ପତ୍ତି

ଜୟପୁର , ୦୫ / ୦୮ (  ରଜତ ବାଘ) : ଆଜି ଜୟପୁର ସ୍ଥିତ OM ଗିର୍ଜା ଗୃହ ଠାରେ ଓଡ଼ିଶା ରାଜ୍ୟରୁ ନିମନ୍ତ୍ରିତ ବିଶଫ ମହାଶୟ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବରିଷ୍ଟ ପାଳକ, ପ୍ରାଚୀନ, ଏବଂ ସୁସମାଚାର ପ୍ରଚାରକ ବୃନ୍ଦ ଏକତ୍ରିତ ହୋଇ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲଚନା କରାଯାଇଛି। ପାଳକ,ପ୍ରଚାରକଙ୍କ ସୂତ୍ରରୁ ପ୍ରକାଶ ଯେ, ଖ୍ରୀଷ୍ଟ ଧର୍ମାବଳମ୍ବି ମିଳିତ ଭାବେ ଆସନ୍ତା ବର୍ଷ ଜୟପୁର ସହର ମଧ୍ୟରେ ଉଦ୍ଦୀପନା ସଭା ଆୟୋଜନ କରିବାକୁ ନିଷ୍ପତି ନିଆଗଲା। ସତ୍ୟ ପଥ ମହୋତ୍ସବ ସଭାର ନାମ କରଣ କରା ଯାଇଛି। ପ୍ରଥମ ଅଧିବେଶନ ରେ ମଞ୍ଚ ପରିଚାଳନା କରିଛନ୍ତି, KPA ର ସଭାପତି Rev.ସଚି ବିଶ୍ବାସୀ, ଦ୍ଵିତୀୟ ଅଧିବେଶନ ରେ ବିଶୋଫ ଦିଲୀପ ବଳ ମଞ୍ଚ ପରିଚାଳନା କରିଛନ୍ତି। ଉକ୍ତ ବୈଠକରେ 25 ଜଣ ବିଷୋଫ, ବରିଷ୍ଟ ପାଳକ ଏବଂ ଶତାଧିକ ପାଳକ ଉପସ୍ଥିତ ଥିଲେ, ଶେଷରେ Rev ବ୍ରଜ ନାଗ ସହିତ KPA ର କର୍ମ କର୍ତ୍ତା ବୃନ୍ଦ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଛନ୍ତି