ଭେଯାପୁଟ ଆମ୍ବେଡକର ପାହାଡ଼ରେ ୭୯ତମ ସ୍ୱାଧୀନତା ଦିବସ ପାଳନ
କୋରାପୁଟ, ୧୫ / ୦୮ ( ରଜତ ବାଘ ) : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡି ଶିଳ୍ପାଞ୍ଚଳର ଚାରଙ୍ଗୁଲ ଗ୍ରାମ ପଂଚାୟତ ନିକଟସ୍ଥ ଭେଯାପୁଟ ଅମ୍ବଦେକର ପାହାଡ଼ ରେ ୭୯ ତମ ଗୌରବ ମୟ ଐତିହାସିକ ସ୍ବାଧିନତା ଦିବସ ପାଳନ ହେଇଛି।ଏହି ଅବସରରେ, ଆମ୍ବେଦକର ଆସୋସିଏସନର ମୁଖ୍ୟ ଉପଦେଷ୍ଟା ସମ୍ମାନୀୟ ଶ୍ରୀଯୁକ୍ତ ରଜତ ବାଘ ଭାରତ ରତ୍ନ ସମ୍ମାନିୟ ଡ ବାବା ସାହେବ ଆମ୍ବେଡକରଙ୍କ ପ୍ରତି ମୂର୍ତ୍ତି ପୁଷ୍ପ ମାଲ୍ୟ ଦେଇ ସମ୍ମାନିତ କରିଛନ୍ତି। ଏହି ପରି ପ୍ରେଖିରେ ଉପସ୍ଥିତ ଥିବା ଆମ୍ବେଡକ ପ୍ରେମୀ ମାନଙ୍କୁ ଉତ୍ସାହ କରିଛନ୍ତି। ନିଜ ବକ୍ତବ୍ୟରେ କହିଛନ୍ତି ଯେ ଭାରତକୁ ଇଂରେଜ ଶାସନରୁ ମୁକ୍ତ କରିଛନ୍ତି କିନ୍ତୁ ପ୍ରକୃତରେ ଭାରତର ମୂଳନିବାସି ଦଲିତ ମାନେ ବର୍ତ୍ତମାନ୍ ପର୍ୟ୍ୟନ୍ତ କଣ ମୁକ୍ତ ହେଇଛନ୍ତି? ନା ବର୍ତ୍ତମାନ୍ ମଧ୍ୟ ମୂଳନିବସି ନିଷ୍ପେସିତ, ତାଡ଼ିତ, ବେରଜଗାର,ଓ ଆର୍ଥିକ ବନ୍ଧନରେ ଗୁଲାମ। ସରକାରି ଦପ୍ତର ହେଉ କି ପୋଲିସ ଫାଣ୍ଡି, ପିଇବା ପାଣି ହେଉ କି ସାମାଜିକ ଭଜି ଭାତ, ସବୁ ଯାଗାରେ ବାରଣ କରନ୍ତି। ଆଉ ବର୍ତ୍ତମାନ୍ ପର୍ୟ୍ୟନ୍ତ ଏହା ଚାଲି ଆସୁଛି , ଅନେକ ଦଳିତଙ୍କ ଉପରେ ପରିଶ୍ରା କରିବା , କୁଅଁ ମୂଳେ ଉଚ୍ଚ ଜାତିର ପାଣି ହାଣ୍ଡି ଛୁଇଁବା ଫଳରେ ମାଡ଼ ମାରି ଥାନାରେ ଏତଲା ଦେବା ଭଳି ଦୃଶ୍ୟ ଅନେକ ସମୟରେ ଦେଖା ଦେଇଛି। ଏଣୁ ଦଳିତ ଏବେ ଭି ଅନେକ ବନ୍ଧନରେ ବନ୍ଧା ହେଇଛି। ଏଣୁ ଆମେ ନିଜକୁ ସଚେତନ କରି ଶିକ୍ଷିତ , ସଂଘଠିତ ହେବା ଓ ଏହି ପରି ଛୁଆ ଛୁତ ବେମାର କୁ ଦୂର କରିବା ଜରୁରୀ। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶେଖର ଇଡିଂ, ସାଧାରଣ ସମ୍ପାଦକ ହରେଶ୍ ହେନ୍ତାଳ, କଷଧ୍ୟକ ଲବ ଶ୍ରିହାରିଆ, ଉପଦେଷ୍ଟା ସୁରେନ୍ଦ୍ର ହିଆଲ , ମିସ୍ତ୍ରୀ ସଙ୍ଘ ର ସଭାପତି ମଧୁ ବାଘ୍, ମୁଲାନିବସି ସଂଗଠନର ସଭପତି ତାମିଲ କୁଲଦୀପ , ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ଉପସ୍ଥିତ ଥାଇ ଏହି କର୍ଯ୍ୟ କ୍ରମ ସମ୍ପାଦନ କରାଯାଇଥିଲା