ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତରକୁ ନେଇ ଉତ୍ତେଜନା — ନାଗରିକ ମଞ୍ଚ ର ଆନ୍ଦୋଳନ
ଭଦ୍ରକ, ୦୪ / ୦୮ : ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ଗତ କିଛି ଦିନ ଧରି ଜନମାନସ ମଧ୍ୟରେ ଲାଗିଥିବା ଅସନ୍ତୋଷ ଏବେ ରୂପ ନେଲା ଉତ୍ତେଜନାର। ଭଦ୍ରକ ନୂଆ ବଜାର ଅଞ୍ଚଳରୁ ଗେଲପୁରକୁ ଡାକ୍ତରଖାନା ସ୍ଥାନାନ୍ତର ପଦକ୍ଷେପକୁ ବିରୋଧ କରି ନାଗରିକ ମଞ୍ଚ ଆନ୍ଦୋଳନରେ ବସିଛି। ମେଡିକାଲ ସାମଗ୍ରୀ ଯାଉଥିବା ଗାଡ଼ି ଅଟକେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନ କେବଳ ଧାରଣା ରେ ସୀମିତ ନ ରହି ଦସ୍ତଖତ ଅଭିଯାନ ମାଧ୍ୟମରେ ଲୋକମାନେ ତାଙ୍କ ମତ ଖୋଲି ବ୍ୟକ୍ତ କରୁଛନ୍ତି। ଏହା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦିଆଯାଇଛି।
ମୂଳ ଦାବିଗୁଡିକ:
ପୁରୁଣା ଭଦ୍ରକ ମେଡିକାଲରେ ଆଉଟଡୋର ସେବା ଅବାଧ ରେ ଚାଲୁ ରହିବା।
ବିଟ୍ରିଶ ଅମଳରେ ତିଆରି ହୋଇଥିବା ଏହି ଡାକ୍ତରଖାନାକୁ ସିଟି ହସ୍ପିଟାଲ ଭାବେ ଘୋଷଣା କରିବା।
ଜନସାଧାରଣଙ୍କ ଲାଗି ସ୍ଥାନୀୟ ସ୍ୱାସ୍ଥ୍ୟସୁବିଧା ଅପରିହାର୍ଯ୍ୟ ଅଟୁଟ ରହିବା ଉଦ୍ଦେଶ୍ୟ।
ନାଗରିକ ମଞ୍ଚ ସହ ଏହି ଆନ୍ଦୋଳନରେ ବିଜେଡି, କଂଗ୍ରେସ ଓ ସ୍ଥାନୀୟ ଜନସାଧାରଣ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନକାରୀମାନେ ସୁଚନା ଦେଇଛନ୍ତି — ଯଦି ଆସନ୍ତା କିଛି ଦିନ ମଧ୍ୟରେ ଦାବି ପୂରଣ ହେବା ନାହିଁ, ତେବେ ଆନ୍ଦୋଳନ ଉତ୍ତରୋତ୍ତର ତୀବ୍ର ହେବ।