Hot Posts

6/recent/ticker-posts

ଯୌତୁକ ଲୋଭରେ ଜଳିଗଲା ଏକ ନବବଧୂର ସ୍ୱପ୍ନ

ଭୁବନେଶ୍ୱର, ୦୪ / ୦୮ :  ଯେଉଁ ସଂସାର ସାତ ଘଡ଼ି ଘଣ୍ଟା ଧ୍ୱନି ମଧ୍ୟରେ ଆରମ୍ଭ ହୋଇଥିଲା, ଗାୟନ , ହସ ଓ ଆଶାର ମଞ୍ଚରେ ଆଲୋକିତ ଥିଲା— ସେଇ ସଂସାର ଏବେ ଅନ୍ଧକାର ଓ ଆଖିର ଲୁହରେ ବୁଡ଼ି ଯାଇଛି। ଖବର ଅନୁଯାୟୀ, ଭୁବନେଶ୍ୱର ବରିମୁଣ୍ଡା ଅଞ୍ଚଳର ବିଶ୍ୱନାଥ ସ୍ୱାଇଁ, ଯାଜପୁର ଜିଲ୍ଲାର ରଶ୍ମିତା ଜେନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ପ୍ରାରମ୍ଭିକ ଦିନଗୁଡ଼ିକ ଶାନ୍ତ ଓ ସାଧାରଣ ଥିଲା , ହେଲେ ଆସ୍ତେ-ଆସ୍ତେ ଝିଅଟିର ଜୀବନ ଯୌତୁକ ଦାବିରେ ପୁଡ଼ିବାକୁ ଲାଗିଥିଲା। ଏବେ ରଶ୍ମିତାଙ୍କ ମୃତ୍ୟୁ ହେବା ଉପରେ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଯୌତୁକ ଲୋଭରେ ତାଙ୍କ ଝିଅକୁ ନିର୍ମମ ଭାବରେ ହତ୍ୟା କରାଯାଇଛି।  ଅଭିଯୋଗ ପାଇଁ ବରିମୁଣ୍ଡା ଥାନା ପୋଲିସ ଘଟଣା ସ୍ଥଳକୁ ଗଲାପରେ ଜରୁରୀ ଭାବେ ଅନୁସନ୍ଧାନ ଆରମ୍ଭ କରିଛି।