Hot Posts

6/recent/ticker-posts

ସମାଜର ଉନ୍ନତି ପାଇଁ ଭାଷା ସାହିତ୍ୟର ଉନ୍ନତି ଅପରିହାର୍ଯ୍ୟ।

ଜୟପୁର,୩ । ୮ ( ଏ. ଭେଙ୍କଟ ରାଓ ) : ଭାଷା ସାହିତ୍ୟର ଉନ୍ନତିରେ ସମାଜର ଉନ୍ନତି ହୋଇଥାଏ। ଯେଉଁ ଜାତିର ଭାଷା ଯେତିକି ସମୃଦ୍ଧ ସେ ଜାତି ସେତିକି ସମୃଦ୍ଧ ବୋଲି ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ପ୍ରାପ୍ତ ବିବରଣୀରୁ ପ୍ରକାଶ। ମାଲକାନାଗିରି ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତାର ଷଷ୍ଠ ପ୍ରତିଷ୍ଠା ଦିବସ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଡ. ସୁନୟନା ମେଡିକାଲ ସାଇନ୍ସ କଲେଜ ପରିସରରେ ମହା ସମାରୋହରେ ପାଳନ କରିଛି।
ଅନୁଷ୍ଠାନର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉଦଘାଟନ କରିଥିବା ବେଳେ ଆକାଶବାଣୀ କେନ୍ଦ୍ର ଜୟପୁରର ଅବସରପ୍ରାପ୍ତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ନରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାହିତ୍ୟିକ ଡ. ସୁରେଶ ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନରସିଂହ ପ୍ରସାଦ ନାୟକ, ସମୀର କୁମାର ମହାପାତ୍ର, ଡ. ଯଜ୍ଞେଶ୍ଵର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଡ. କିଶୋର ଚନ୍ଦ୍ର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ସଭା ପ୍ରାରମ୍ଭରେ ଡ.ସୁନୟନା ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ମହିଳା ମଞ୍ଚ ପରିଚାଳିକା ଡ. ଶୋଭାଗିନୀ ନନ୍ଦ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଓ କବୟିତ୍ରୀ କବିତା ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଟି ଲଗ୍ନା ରାଜ୍ୟ ପର୍ଯ୍ୟବେକ୍ଷକ ମୋହନ କୁମାର ଭଟ୍ଟ ଏବଂ ଡ. ସୁନୟନା ହାୟର ସେକେଣ୍ଡାରୀ ସ୍କୁଲ ର ନିର୍ଦେଶକ ଏନ. ଦାଶରଥି ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ। ରାଜ୍ୟ ସଂଯୋଜକ ମନୋରଞ୍ଜନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।