Hot Posts

6/recent/ticker-posts

ଦୁଇ ଦାଦନ ଶ୍ରମିକ ନିଖୋଜ

ରାୟଗଡ଼ା, ୩୧ / ୦୮ ( ସୁମତୀ ଟାକ୍ରୀ ) : ରାୟଗଡ଼ା ଜିଲ୍ଲା କାଶୀ ପୁର ବ୍ଲକ୍ ଟିକିରି ଅନ୍ତର୍ଗତ ଥୁଟିବର ଗ୍ରାମର ଗୋବିନ୍ଧି ମାଝୀଙ୍କ ପୁଅ ରୁନା ମାଝୀ ବୟସ (୨୫) ଓ ଅଭି ଚୋଡ଼ିଆ ଗୋରଖପୁର ଗ୍ରାମ ର ନାରି ମାଝୀଙ୍କ ପୁଅ ତସିଲ ମାଝୀ ବୟସ (୨୪) ଏହି ଦୁଇ ଜଣ ଆନ୍ଧ୍ର ପ୍ରଦେଶ ଆନକାପିଲି ର ଏକ କେମିକାଲ କମ୍ପାନୀ ରେ ନିଜ ପେଟ ପାଟଣ ପାଇଁ ନିଜ ଭିଟାମାଟି କୁ ଛାଡି କାମ କରିବା କୁ ଯାଇଥିଲେ, କିଛି ଦିନ ସେଇ କମ୍ପାନୀ ରେ କମ କରିବା ପରେ ରା ସାୟିନିକ ପ୍ରତିକ୍ରିୟା ଫଳରେ ମୁଣ୍ଡ ବୁଲାଇବା ସହ ପାଗଳ ଭଳି ହେବା ଫଳରେ ଟ୍ରେନ ଯୋଗେ ନିଜଘରକୁ ଫେରୁଥିବା ସମୟରେ ଅନକାପିଲି ଷ୍ଟେସନରେ ରୁନା ମାଝୀ ଓ ରାୟଗଡା ଷ୍ଟେସନ ରୁ ତସିଲ ମାଝୀ ଟ୍ରେନ ରୁ ଓହ୍ଲେଇ କେଉଁ ଆଡେ ଚାଲି ଯାଇଛନ୍ତି। ତାଙ୍କ ସାଙ୍ଗ ରେ ଯାଇ ଥିବା ଅନ୍ୟ ମାନେ ଫେରି ଆସି ପରିବାର ଲୋକ ଙ୍କୁ ଜଣାଇବା ପରେ ଘର ଲୋକ ଶୁକ୍ରବାର ଟିକିରି ଥାନା ରେ ଲିଖିତ ଆକାରରେ ସୂଚନା ଦେଇଛନ୍ତି ,କାଶିପୁର ବ୍ଲକ ଦାଦନ ଶ୍ରମିକ କ୍ଷେତ୍ରରେ ବାରମ୍ବାର ଏପରି ଘଟଣା ଘଟୁ ଥିଲେ ମଧ୍ୟ ସରକାର୍ ଓ ଜିଲ୍ଲା ପ୍ରଶା ସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ କରି ଆସୁଛନ୍ତି ,ଏହାପରେ ଲୋକଙ୍କ ମୁଖ୍ୟ ମନ୍ତ୍ରୀ ବୋଲି ଓଡ଼ିଶା ବିଜେପି ସରକାର୍ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।