Hot Posts

6/recent/ticker-posts

ରାଜ୍ ମିଡିଆଓ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ଚବିଶ ଘଣ୍ଟିଆ ଓଡ଼ିଆ ସମ୍ୱଲପୁରୀ ନ୍ୟୁଜ ଚ୍ୟାନେଲ ରିପବ୍ଲିକ୍ ପକ୍ଷରୁ ଓଡ଼ିଶା ପରିବାର ର ନୂଆଖାଇ ଭେଟଘାଟ


ଭବାନୀପାଟଣା, ୩୧ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାଜ୍ ମିଡିଆ ଓ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ଚବିଶ ଘଣ୍ଟିଆ ଓଡ଼ିଆ ସମ୍ୱଲପୁରୀ ନ୍ୟୁଜ ଚ୍ୟାନେଲ ରିପବ୍ଲିକ୍ ଓଡ଼ିଶା ପରିବାରର ନୁଆଁଖାଇ ଭେଟଘାଟ ଭବାନୀପାଟଣା ସହର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ମୁଖ୍ୟ ରାଜେଶ କୁମାର ମହାନ୍ତି ଉଦ୍ ଘାଟନ କରିଥିବା ବେଳେ ସମାଜସେବୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷାବିତ୍ ଓ କବି ଡଃ ଚିତ୍ତରଞ୍ଜନ ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ,ବିରିଷ୍ଠ ସାମ୍ବାଦିକ ବିଶ୍ୱାମିତ୍ର ମନହୀରା ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୁଆଁଖାଇ ଭଳି ପବିତ୍ର ପର୍ବ ର ପରିକଳ୍ପନା ଓ ପ୍ରଚଳନ କରିଥିବା ମହାମନିଷୀ ପାଟଣାଗଡ଼ ପୂର୍ବତନ ରାଜା ରମାଈ ଦେଓ ଓ ଲୋକ ସଂସ୍କୃତିର ଆଦ୍ୟ ପ୍ରବକ୍ତା ପଶ୍ଚିମ ଓଡ଼ିଶାର ପୂର୍ବସୁରୀ ମାନଙ୍କ ସାଂସ୍କୃତିକ ଜାଗରଣର ଭୂୟସୀ ପ୍ରଶଂସା କରିଥିଲେ। ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରୁଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କର ଭୁମିକା ଦାୟିତ୍ୱ, କର୍ତ୍ତବ୍ୟ ଓ ସାମାଜିକ ପରିବର୍ତ୍ତନ ରେ ଥିବା ପ୍ରତିବଦ୍ଧତା ସଂପର୍କ ରେ ବକ୍ତା ମାନେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଆରମ୍ଭ ରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ମନ୍ଦିର ରେ ପୂଜାର୍ଚ୍ଚନା ପୂର୍ବକ ସଭା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଭବାନୀପାଟଣା ପ୍ରତିନିଧି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜର ବିଭିନ୍ନ ବର୍ଗର ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଭବାନୀପାଟଣା ର ବିଦ୍ୟୁତ୍ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମନୋରଞ୍ଜନ ବିଶ୍ୱାଳ, ନୃତ୍ୟ ପରିବେଷଣ କରୁଥିବା ଅର୍ଚ୍ଚନା ଦେ ପ୍ରମୁଖ କଳାକାର ମାନଙ୍କୁ ଅଙ୍ଗବସ୍ତ୍ର ଉପଠୈକନ, ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ବିଭିନ୍ନ ଜିଲ୍ଲାର ପ୍ରତିନିଧି ମାନଙ୍କୁ ଅଙ୍ଗବସ୍ତ୍ର ଉପଠୈକନ ପୁଷ୍ପ ଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ତ୍ରିନାଥ ବେସ୍ରା ଧନ୍ୟବାଦ ଅର୍ପଣ କରିଥିଲେ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ