ଚଟିଆଗୁଡ଼ା ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ
ସିନାପାଲି ୧୫/୦୮, (ସୁରେଶ ମହାନନ୍ଦ) : ଚଟିଆଗୁଡ଼ା ଗ୍ରାମପଞ୍ଚାୟତରେ ଆଜି ସ୍ୱତନ୍ତ୍ର ଗ୍ରାମ ସଭା ଉତ୍ସାହମୂର୍ଚ୍ଛିତ ପରିବେଶରେ ଅନୁଷ୍ଠିତ ହେଲା। ସଭାରେ ସରପଞ୍ଚ ଶ୍ରୀମତୀ ରଂଗୀତା ପାତ୍ର ଅଧ୍ୟକ୍ଷତା କଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ କଳ୍ପଳତା ସାଗର ଉପସ୍ଥିତ ରହି, ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନା ଓ ଲୋକସେବା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାଇଲେ। ସଭାରେ ନାଏବ ସରପଞ୍ଚ ବିରବାହୁ ମାଝୀ ଓ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, GRS ପଙ୍କଜିନୀ ମାଝୀ, SEM ଶୋଭାରାମ ମହାନନ୍ଦ ସହିତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସଭାରେ ଗ୍ରାମର ନାଗରିକମାନେ ସକ୍ରିୟ ଭାବରେ ଯୋଗଦେଇ, ସ୍ଥାନୀୟ ସମସ୍ୟା, ପ୍ରସ୍ତାବ ଓ ସମାଧାନ ସମ୍ପର୍କରେ ଆଲୋଚନା କଲେ। ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମବାସୀଙ୍କୁ ବିକାଶ କାର୍ଯ୍ୟରେ ସହଯୋଗୀ ହେବା ପାଇଁ ଆହ୍ୱାନ କରି, ଉଠାଇଥିବା ସମସ୍ୟାମାନଙ୍କୁ ଶୀଘ୍ର ସମାଧାନ କରିବାର ଆଶ୍ୱାସନ ଦେଲେ।