Hot Posts

6/recent/ticker-posts

କୋରାପୁଟରେ ସ୍ୱାଧୀନତା ଦିବସ ପ୍ୟାରେଡରେ ନବୋଦୟ NCC ପ୍ରଥମ ସ୍ଥାନରେ

କୋରାପୁଟ, ୧୫ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ଆଜି କୋରାପୁଟ ସ୍ଥିତ ପୋଲିସ ପଡ଼ିଆଠାରେ ୭୯ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ୩୦ ରୁ ଉର୍ଦ୍ଦ ପ୍ଳାଟୁନ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିବା ବେଳେ. କୋରାପୁଟ ଜବାହାର ନବଦୋୟ ବିଦ୍ୟାଳୟ ର NCC ଚ୍ଛାତ୍ର ମାନେ ପ୍ୟାରେଡ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପୋଲିସ ପ୍ୟାରେଡ ପଡିଆ ରେ ନବଦୋୟ ଛାତ୍ରମାନଙ୍କୁ ଉତ୍ସାହିତ କରିବାକୁ ଯାଇ ମୂଖ୍ୟ ଅତିଥି ସିଲ ପ୍ରଦାନ କରି ସମ୍ମାନିତ କରିବା ସଙ୍ଗେ ସଙ୍ଗେ ମାନପତ୍ର ମଧ୍ୟ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଦେଶର ଆଗାମି ଭବିଷ୍ଯତ ବୋଲି ଭାଷଣ ମାଧ୍ୟମରେ କହି ..ମୂଖ୍ୟ ଅତିଥି ଉତ୍ସାହ ପ୍ରଦାନ କରିଥିଲେ ..ଆଜି କୋରାପୁଟର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ମାନେ ଓ ଅଭିଦ୍ଭାବକ ତଥା ନବଦୋୟ NCC ଛାତ୍ର ଛାତ୍ରୀ ମାନେ ଗର୍ବିତ ଅନୁଭବ କରୁଛନ୍ତିି । ନବଦୋୟ NCC ଛାତ୍ର ଙ୍କ ମତ ଆସନ୍ତା ଭବିଷ୍ଯତରେ ଦେଶପାଇଁ ଲଢ଼ିବେ .ଦେଶର ମାଟିପାଇଁ ଜୀବନ ଦେବୁ.. ସଂଗ୍ରାମମୀ ହେବୁ ବୋଲି ସପଥ ନେଇଥିଲେ .. କୃତି ଛାତ୍ର ମାନଙ୍କୁ ନବଦୋୟ ପ୍ରିନ୍ସିପାଲ ଶ୍ରୀମତି ମାଳିନି ମିତ୍ରା ସୁଭେଚ୍ଛା ଦେଇଥିଲେ ।