କୋରାପୁଟ ଜିଲ୍ଲାର ଆକାସଗୁଡ଼ାରେ ଉତ୍ସାହପୂର୍ଣ୍ଣ ପତାକା ଉତ୍ତୋଳନ ଅନୁଷ୍ଠାନ
କୋରାପୁଟ, ୧୫ / ୦୮ ( ମୋନଜ ସୁନା ) : ଆଜି ଅଗଷ୍ଟ ୧୫ ତାରିଖ ୭୯ ତମ ସ୍ବାଧିନତା ଦିବସ ସାରା ଭାରତ ଦେଶ ଅତି ଉତ୍ସାହ ସହ ପାଳନ କରୁଥିବା ବେଳେ ଗାଁ ଗହଳିରେ ମଧ୍ୟ ଏହି ଉତ୍ସବ ପାଳନ କରି ଜନ ସାଧାରଣ ସମସ୍ତେ ଆନନ୍ଦ ଅନୁଭବ କରୁଥିବା ଦେଖା ଦେଇଛି ।ସେହି ପରି କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ଆକାସଗୁଡ଼ା ଗ୍ରାମରେ ରହିଥିବା JELC ଚର୍ଚ୍ଚ ପରିସରରେ ଅତି ଦେଶଭକ୍ତି ଓ ଉତ୍ସାହ ର ସହିତ ପତାକା ଉତ୍ତୋଳନ କରାଯାଇଛି ।ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ଚର୍ଚ୍ଚର ପାଳକ Rev ତପନ ବେନିଆ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ ଏବଂ ଗ୍ରାମ ବାସୀଙ୍କ ସହିତ ଚର୍ଚ୍ଚ ସଭାପତି ଶ୍ରୀଯୁକ୍ତ ଅନିଲ କୁମାର ଖୋସଲା, ପ୍ରାଚୀନ କୃଷିନ୍ଦୁ ଖୋସଲା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ ।