କେରଳ କୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ଘାସି ଖରା, ରେଳ ଦୁର୍ଘଟଣାରେ ମୃତ ।
ସୁନାବେଡା, ୩୧ / ୦୮ ( ସୁମତି ଟାକ୍ରୀ ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗ୍ରାମ - ଟିକର ପଡା ର ନିଧି ଖରା ଙ୍କ ପୁଅ ଘାସି ଖରା ଗତ,21/8/25 ରେ ଦାଦନ ଖଟିବାକୁ କେରଳ ରାଜ୍ୟ କୁ ଯାଇଥିଲେ ,ସେଠାରେ ସେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ , କିନ୍ତୁ 28/8/25 ତାରିଖ ରେ କୌଣସି କାମ ରେ କେରଳ ର କୋଟାୟମ ଷ୍ଟେସନ ଆସିଥିଲେ। ସେଠାରେ ରେଳ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟି ଥିବା ଲିଖିତ ଏତଲାରେ ସୂଚନା ଦେଇଛନ୍ତି। ନନ୍ଦପୁର ଥାନା ରେ ମୃତକ ଙ୍କ ଘର ଲୋକ ଓ ଗ୍ରାମ ବାସୀ ମୃତ ଘାସି ଖରାଙ୍କ ମୃତ ଦେହ କିପରି ଶୀଘ୍ର ଓ ସୁରକ୍ଷିତ ଭାବରେ ନନ୍ଦପୁର ଅଣାଯିବ,ସେଥିପାଇଁ ନନ୍ଦପୁର ଥାନା ରେ ଲିଖିତ ଆକାରରେ ଦେଇଛନ୍ତି । ସେ ନେଇ ଥାନା ଅଧିକାରୀ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।