Hot Posts

6/recent/ticker-posts

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ।

ଜୟପୁର,୧୨।୮ (ଏ ଭେଙ୍କଟ ରାଓ ):ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତ ପାଳନ ଅବସରରେ ଜୟପୁର ପୂଜ୍ୟପୂଜା ସଂସଦ ତରଫରୁ ମେହେର ଜୟନ୍ତୀ ପାଳିତ ହୋଇଯାଇଛି। ସଂସଦର ସଭାପତି ଉଦୟ ଶଙ୍କର ଜାନକୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବାଗ୍ମୀ ମମତା ମହାପାତ୍ର ସମ୍ମାନିତ ବକ୍ତା ରୂପେ ଯୋଗ ଦେଇଥିଲେ। ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ସରଳ ସ୍ବଭାବର କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଅଗଣିତ ଓଡ଼ିଆଙ୍କୁ ଭାବବିହ୍ବଳ କରିପାରିଛି। ସମ୍ମାନିତ ଅତିଥି ଛନ୍ଦ କବି ଅନୁସୂୟା ସାମନ୍ତରାୟ କବି କଳାକାର ଆମ ଭାଷା ସାହିତ୍ୟ କୁ ହୃଦୟସ୍ପର୍ଶୀ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ମେହର ସାହିତ୍ୟ ପୃଷ୍ଠାରୁ ତପସ୍ବିନୀ କାବ୍ଯର କିୟଦଂଶକୁ ସୁଲଳିତ କଣ୍ଠରେ ଗାନ କରିଥିଲେ ତପସ୍ଵିନୀ ସାହୁ ଓ ପୁଷ୍ପାଞ୍ଜଳି ସାହୁ। କାର୍ଯକ୍ରମ ର ଦ୍ବିତୀୟ ପର୍ଯ୍ୟାୟ ରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା।କବି ମଂଜୁଲତା ମହାନ୍ତି,ବବିତା ଦାଶ, ସଂଧ୍ୟା ଦାଶ,ତପନ କିରଣ ତ୍ରିପାଠୀ ଯୋଗ ଦେଇଥିଲେ। ସଂସଦର ସଂପାଦକ ବୈରାଗୀ ଚରଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ସହ ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।