ମେଟଗୁଡ଼ା ସାହିରେ ପଡ଼ାପୁଷ୍ଟି କେନ୍ଦ୍ରର ଶୁଭ ଉଦଘାଟନ, ଗାଁବାସୀଙ୍କ ମୁହଁରେ ଖୁସିର ଲହରୀ
ଝରିଗାଁ, ୧୬ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଧାମନାଗୁଡା ପଞ୍ଚାୟତ ଅଧିନ ଟୁଟି ଗୁଡ଼ା ଗ୍ରାମର ମେଟଗୁଡ଼ା ସାହିରେ ଏକ ପଡ଼ାପୁଷ୍ଟି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି। ଦୁର୍ଗମ ଅଞ୍ଚଳର ମେଟଗୁଡ଼ା ସାହିରେ ଝରିଗାଁ ହର୍ଷଟ୍ରଷ୍ଟ ଶାଖା ଅଫିସ ଓ ICDS Department ର ମିଳିତ ସହଯୋଗରେ ଏହି ପଡ଼ାପୁଷ୍ଟି ପହଞ୍ଚିବାରୁ ଗାଁରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘ ଦିନ ଧରି ଗାଁର କୁନି କୁନି ପିଲାମାନେ ୨.ରୁ ୨, ୫ କିମି ଟୁଟିଗୁଡା ୱାର୍ଡ଼ ନଂ ୧ରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିବା ବେଳେ ନାନା ସମସ୍ୟା ଭୋଗୁଥିଲେ । ଆଜି ଗାଁରେ ହର୍ଷଟ୍ରଷ୍ଟ ଶାଖା ଓ ICDS ର ସହାୟତାରେ ପଡ଼ାପୁଷ୍ଟି କେନ୍ଦ୍ର ଗାଁରେ ହେବାରୁ ୩ ରୁ ୫ ବର୍ଷର ଛୁଆମାନଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।
ହର୍ଷ ଟ୍ରଷ୍ଟ ତରଫରୁ ରୋଷେଇ ପାଇଁ ଆବଶ୍ୟକୀୟ ବାସନ ରୋଷେଇ ସାମଗ୍ରୀ ଓ ପିଲାମାନଙ୍କୁ ବସିବା ପାଇଁ ଦରି ମାଁ ଭଣ୍ଡାର ଘରଣୀ SHG group ଦାୟିତ୍ୱ ତୁଲାଇଥିଲେ ଓ ଜଣେ ପୁଷ୍ଟି ସଖୀ ତିରିଆ ଭତ୍ରା ଙ୍କୁ ମନୋନୀତ କରିଥିଲେ। ପଡ଼ାପୁଷ୍ଟି କେନ୍ଦ୍ରକୁ ୱାର୍ଡ ମେସ୍ଵର ବଳିରାମ ଭତ୍ରା ଉଦଘାଟନ କରି ଗାଁ ତରଫରୁ ହର୍ଷ ଟ୍ରଷ୍ଟ ସବ୍ୟସବ୍ୟୟ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ହର୍ଷ ଟ୍ରଷ୍ଟର ବିଜୟ କୁମାର ବେହେରା, ମନୋଜ କୁମାର ସାହୁ, ସିଗ୍ଧାଶୁଭଦର୍ଶନୀ ସାହୁ , CSP ଭଗବାନ ଭତ୍ରା, କର୍ଣ୍ଣ ଭତ୍ରା, PASANA.ଫୁଲମନୀ ଭତ୍ରା, ଭବାନୀ ଭତ୍ରା, ଅଙ୍ଗନବାଡି ଡାଳିମ୍ବ ମାଝୀ , ଆସା କର୍ମୀ କଳ୍ପନା ଭତ୍ରା , CRP ମଦନା ଭତ୍ରା, ପୁଷ୍ପା ଭତ୍ରା,ସମେତ ମାଦବ ପୂଜାରୀ, ପରମା ଭତ୍ରା, ଟିକଚନ୍ଦ ଭତ୍ରା, ଦୟନୁ ଭତ୍ରା, ଜୟମନୀ ଭତ୍ରା, ଡମାୟ ଭତ୍ରା, ପୂର୍ଣ୍ଣି ଭତରା, ସମେତ ଅନ୍ୟନ୍ୟ ବଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।