କୂଅ ରେ ପଡ଼ିଯାଇଥିଲା ଗାଈ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟଙ୍କର ଦ୍ଵାରା ରେ ଉଦ୍ଧାର
ଗୋଲାମୁଣ୍ଡା, ୦୬ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ବୁଧବାର ସନ୍ଧ୍ୟା ୬ଟା ସମୟରେ ଗୋଲାମୁଣ୍ଡା ଚଲାନ ପଡାରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଲା। ଗାଁର ଏକ ପୁରୁଣା କୂଏଁରେ ଅସାବଧାନତାବଶତଃ ଗୋଟିଏ ଗାଈ ପଡ଼ିଯାଇଥିଲା। ଘଟଣାକୁ ଦେଖି ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ଚିନ୍ତିତ ହୋଇ ପଡ଼ିଲେ ଓ ତୁରନ୍ତ ଗୋଲାମୁଣ୍ଡା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ସୂଚନା ପାଇଥିବା ସହିତ, ଅଗ୍ନିଶମ ବାହିନୀର ଟିମ୍ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ସାବଧାନତାପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଗଭୀର କୂଏଁରୁ ଗାଈକୁ ବାହାର କରିବା ପାଇଁ ରସି, ବାଉଁଶ ଏବଂ ବିଶେଷ ଯନ୍ତ୍ରପାତି ବ୍ୟବହାର କରାଯାଇଥିଲା।ସମୟୋଚିତ ପଦକ୍ଷେପ ଓ ସହସିକ ପ୍ରୟାସର ଫଳରେ, ଶେଷରେ ଗୋମାତାକୁ ସୁସ୍ଥ ଅବସ୍ଥାରେ ଉଦ୍ଧାର କରାଗଲା।