ରାଷ୍ଟ୍ରୀୟ କ୍ରୀଡା ଦିବସରେ ଦୋଉଡ଼ି ଟଣା ଖେଳ।
ଜୟପୁର,୨୯।୮ ( ଏ. ଭେଙ୍କଟ ରାଓ ) : ରାଷ୍ଟ୍ରୀୟ କ୍ରୀଡା ଦିବସ ଅବସରରେ ଜୟପୁର ଉପଖଣ୍ଡ କ୍ରୀଡା ସଂସଦ ଦ୍ଵାରା ଆୟୋଜିତ ଦୋଉଡି ଟଣା ଟାଗ ଅଫ ୱାର ବନ୍ଧୁତ୍ୱପୂର୍ଣ୍ଣ ଖେଳରେ ଜୟପୁର ସାମ୍ୱାଦିକ ଏବଂ ଦଶହରା ପଡିଆ ପ୍ରାତ ଭ୍ରମଣ ଦଳ ମୋଧ୍ୟରେ ଅନୁଷ୍ଠିତ ହେଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲା ରାଇ ସମ୍ମାନିତ ଅତିଥି ରୂପେ କ୍ରୀଡା ସଂସଦ କୋଷାଧ୍ୟକ୍ଷ ସଞ୍ଜୟ ଜୈନ ମୋଞ୍ଚାଷିନ ହୋଇଥିଲେ। ଏହି ଖେଳଟି ତିନି ଥର ହୋଇଥିବା ବେଳେ ପ୍ରଥମ ଖେଳଟି ସାମ୍ୱାଦିକ ଦଳ ବିଜେତା ହୋଇଥିବା ବେଳେ ଅନ୍ୟ ଦୁଇ ଟିରେ ପ୍ରାତ ଭ୍ରମଣ ଦଳ ବିଜୟ ଲାଭ କରି ବିଜେତା ହୋଇ ପ୍ରଥମ ପୁରସ୍କାର ପାଇଥିଲେ। ଏହି ଖେଳର ଆୟୋଜନ ଜୟପୁର ଉପଖଣ୍ଡ କ୍ରୀଡା ସଂସଦ ସମ୍ପାଦକ ରବି ନାୟକ କରିଥିଲେ।